ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ନିରୀହ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି ହେଳେ ବିଭାଗୀୟ ଅଧିକାରୀଙ୍କ ହଡ଼ପ ନୀତି ଯୋଗୁଁ ତାହା ଅନେକ ସମୟରେ ବାଟ ବଣା ହେଉଛି।ନୂଆପଡ଼ା ଜିଲ୍ଲାର ଅନେକ ପଞ୍ଚାୟତ ମାନଙ୍କରେ ଚାଉଳକୁ ହଡ଼ପ କରିଥିବା ଅଭିଯୋଗ ଅନେକ ସମୟରେ ଆସୁଛି। ହେଳେ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଦେଖା ଦେଇ ନାହିଁ। ଠିକ ସେହି ଭଳି ବୋଡେ଼ନ ବ୍ଲକରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଲର୍କା ଗ୍ରାମପଞ୍ଚାୟତର ହିତାଧିକାରୀ ମାନେ ଲୋକଙ୍କ ଅଭିଯୋଗ ମତେ ଚଳିତ ବର୍ଷର ଜାନୁଆରୀ ମାସର ଚାଉଲ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ଏ ସମ୍ପର୍କରେ ବାରମ୍ବାର ଯୋଗାଣ ସହାୟକଙ୍କୁ କହିବା ପରେ ମଧ୍ୟ କିଛି କର୍ଣ୍ଣପାତ କରି ନ ଥିବା କଥା କହିଛନ୍ତି। ପିଇଓ ସରପଞ୍ଚଙ୍କୁ ମଧ୍ୟ ଏବେବି ଜଣା ନାହିଁ ପଞ୍ଚାୟତରେ ଚାଉଳ ଦିଆ ହୋଇଛି ନା ହୋଇନି ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛି ସହ ସହ ପକେଟ ଚାଉଳ କିଏ ଖାଇ ଗଲା ଏହି ଅବହେଳା ପାଇଁ ଦାୟୀ କିଏ କାହା କଥାରେ କାହା ସ୍ୱାର୍ଥରେ ଗୋଟିଏ ମାସର ଚାଉଲ ହଡ଼ପ ହୋଇଛି ଆଜିକୁ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ କାହିଁକି ଉପରୋକ୍ତ ଅଧିକାରୀଙ୍କ ଦୃଷ୍ଟିରେ ନାହିଁ।ଏ ଦୁର୍ନୀତିରେ କେବଳ ଜଣେ ଯୋଗଣ ସହାୟକ ସାମିଲ ଅଛନ୍ତି ନା ଆଉ ବଡ଼ ବଡ଼ ବାବୁଙ୍କ ହାତ ରହିଛି ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ଜିଲ୍ଲାର ପ୍ରାୟ ପଞ୍ଚାୟତ ମାନଙ୍କରୁ ଏମିତି ଅଭିଯୋଗ ବାରମ୍ବାର ଆସୁଛି ହେଳେ ପ୍ରଶାସନ ଚୁପ ହୋଇ ବସିଛି। ଏପର୍ଯ୍ୟନ୍ତ ସଠିକ ଯାଞ୍ଚ କରି ଚିନ୍ନଟ କରି ପାରିନି କିଏ ପ୍ରକୃତ ହିତାଧିକାରୀ ଏବଂ ସହ ସହ ଉତ୍ତରାଧିକାରୀ ନ ଥିବା କାର୍ଡ଼ରେ ଚାଉଳ ଉଠୁଛି ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।