ସ୍ତ୍ରୀର ସ୍ୱାଭାବିକ ମୃତ୍ୟୁ ପରେ ସ୍ଵାମୀର ଆତ୍ମହତ୍ୟା 

କଣ୍ଟାବାଞ୍ଜି ୧୫/୫ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଦାବ୍ରି ଗାଁରେ ଆଜି ଏକ ଛାତି ଥରେଇ ଦେବାର ଅଭାବନୀୟ ଘଟଣା ଘଟିଛି, ସିକ୍ଲିଙ୍ଗି ରୋଗୀଣି ସ୍ତ୍ରୀ ଚନ୍ଦ୍ରକଳାଙ୍କ ସ୍ୱାଭାବିକ ମୃତ୍ୟୁକୁ ସହ୍ଯ କରି ନପାରି ସ୍ଵାମୀ ଗୋଧନ ମଲ୍ଲିକ ତାଙ୍କ ବିଲରେ ଥିବା ଏକ ଗୁହୁରିଆ ଗଛରେ ନିଜ ଗାମୁଛାରେ ଫାଶି ଲଗେଇ ଆତ୍ମା ହତ୍ୟା କରିଛନ୍ତି, ସୂଚନା ଯୋଗ୍ୟ ଯେ ଆଦିବାସୀ ପରିବାର ଗୋଧନ ମଲ୍ଲିକ ପ୍ରଥମେ ବିବାହ କରିଥିଲେ ଓ ତାଙ୍କର ପ୍ରଥମ ପତ୍ନୀଙ୍କ ମଧ୍ଯ କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ, ପ୍ରଥମ ପତ୍ନୀଙ୍କ ଏକ ୧୩ ବର୍ଷର ନାବାଳିକା କନ୍ଯା ରହିଛି ସେହି କନ୍ୟାକୁ ଦେଖା ରେଖା ଲାଳନପାଳନ କରି ପଢା଼ ଲେଖାରେ ସାହାର୍ଯ୍ୟ ହେବ ଭାବି ଦିନ ମଜୁରିଆ ଗୋଧନ ମଲ୍ଲିକ ପଡ଼ୋଶୀ ପଞ୍ଚାୟତ ଖଗସା ଗାଁରୁ ଚନ୍ଦ୍ରକଳାଙ୍କୁ ୩ ବର୍ଷ ପୂର୍ବେ ଦ୍ଵିତୀୟ ବିବାହ କରିଥିଲେ, କିନ୍ତୁ ଚନ୍ଦ୍ରକଳା ସିକ୍ଲିଙ୍ଗି ରୋଗୀଣି ହୋଇଥିବାରୁ ମାସକୁ ଦୁଇ ତିନି ଥର ରକ୍ତ ଚଢ଼ାଇବାକୁ ପଡ଼ୁଥିଲା, ଏହାରି ଭିତରେ ବି ପରିବାର ଠିକଠାକରେ ଚାଲିଥିଲା କିନ୍ତୁ ରବିବାର ରାତ୍ରିରେ ଦୈବ ସହି ପାରିଲା ନାହିଁ ଆଉ ଚନ୍ଦ୍ରକଳାଙ୍କ ପ୍ରାଣବାୟୁ ବନ୍ଦ କରିଦେଲା ଫଳରେ ସ୍ତ୍ରୀର ମୃତ୍ୟୁକୁ ସହ୍ୟ କରି ନପାରି ଗୋଧନ ମଲ୍ଲିକ ମଧ୍ଯ ସ୍ତ୍ରୀର ପଛେ ପଛେ ଚାଲିଯାଇଛି, କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବଲାଙ୍ଗିର ବିଜ୍ଞାନ ଅନୁସନ୍ଧାନ ଦଳକୁ ଡ଼ାକି ଗଛରୁ ଶବ ଓହ୍ଲାଇ ସ୍ଵାମୀ ଓ ସ୍ତ୍ରୀର ମୃତ ଶରୀରକୁ ବ୍ଯବଚ୍ଛେଦ ନିମନ୍ତେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ଦାହ କରିବା ପାଇଁ ହସ୍ତାନ୍ତର କରାଯାଇଛି, ଅନ୍ୟ ପକ୍ଷରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରହିଥିବା ବେଳେ ବିଜୁ ସ୍ୱାସ୍ଥ୍ୟରେ ଚିକିତ୍ସା କରେଇ ପାରିଥିଲେ ଏହି ପରି ଘଟଣା ଘଟି ନଥାନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି, ବର୍ତ୍ତମାନ ତାଙ୍କର ସେହି ନାବାଳିକା ଝିଅର ପରିସ୍ଥିତି କଣ ହେବ ସୁଖଦୁଃଖରେ କିଏ ଛିଡ଼ା ହେବ, ଭବିଷ୍ଯତ ଅନ୍ଧକାର ପାଲଟି ଯାଇଛି ନାବାଳିକା ଝିଅର ବର୍ତ୍ତମାନ ତାକୁ ଜଣା ନାହିଁ ଦୁନିଆ ବିଷୟରେ ଆଉ ବାପା ମା ଛେଉଣ୍ଡ ହୋଇ ଯାଇଛି,

Leave A Reply

Your email address will not be published.