ଜଟଣୀ ନାଗରିକ କମିଟି ର ଅନୁରୋଧ କ୍ରମେ କ୍ରମାଗତ ଭାବେ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କ ରାଜସ୍ୱ, ଆଇନ ବିଭାଗକୁ କ୍ୟାପଟନ ମନ୍ମଥ ରାଉତରାୟ ମାଧ୍ୟମରେ ଜଣାଇଛନ୍ତି, ଆଜି ଫୋନ ଯୋଗେ କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ମହୋଦୟ ଙ୍କ କାର୍ଯାଳୟ ରୁ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇଥିଲା। ହେଲେ ମନ୍ମଥ ରାଉତରାୟ ବିଦେଶ ଯାତ୍ରାରେ ଥିବାରୁ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କ ନେତୃତ୍ୱରେ ଜଟଣୀ ନାଗରିକ କମିଟି ର ଏକ ଟିମ ଦିବା ଏଗାର ଘଂଟିକା ସମୟରେ ମୁଖ୍ୟ ଶାସନ ସଚିବଙ୍କ ସଚିବାଳୟ ସ୍ଥିତ କାର୍ଯ୍ୟାଳୟ ରେ ଦେଖା କରିଥିଲେ। ଜଟଣୀ ର ଅନେକ ସମସ୍ୟା ଉପରେ ମାନ୍ୟବର ବିଧାୟକ ଆଲୋଚନା କରିଥିଲେ ତନ୍ମଧ୍ୟରୁ ଏଖରାଜତ ମାହାଲ ସ୍ତିତିବାନ ସମ୍ପତ୍ତି, ଟାଉନ ଖସ୍ମାହଲ, ଜଟଣୀ ଉଡ଼ନ୍ତା ପୋଲ ଓ ରେଳବାଇ ବସ୍ତି ବାସିନ୍ଦା ଙ୍କ ଥଇଥାନ ଉପରେ ଆଲୋକପାତ କରାଯାଇଥିଲା। ମୁଖ୍ୟ ସମସ୍ୟା ଏଖାରାଜତ ମାହାଲ ସ୍ତିତିବାନ ସମ୍ପତ୍ତି ଉପରେ ପାଖାପାଖି ଏକ ଘଣ୍ଟା ଧରି ରାଜସ୍ୱ ଓ ଆଇନ ବିଭାଗ ର ଅଧିକାରୀ ମାନଙ୍କ ସହିତ ପୁ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଶହେ ଛପନ ମୌଜା ଭିତରୁ ଶହେ କୋଡିଏ ମୌଜା କିଭଳି ହୋଇପାରିଲା, ଆଉ ଛତିଶ ଗୋଟି ମୌଜା କାହିଁକି ହୋଇପାରିନାହିଁ ଓ କାହିଁକି ରହିଲା ସେଥିପ୍ରତି ମାନ୍ୟବର ନା୍ୟାଳୟ ଙ୍କ ସମ୍ପୃକ୍ତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥି ସହିତ ରାଜସ୍ୱ ଓ ଆଇନ ବିଭାଗ ର ତୁରନ୍ତ ମତାମତ ନେଇ ଛତିଶ ଗୋଟି ମୌଜା ଉପରେ ଆଲୋକପାତ କରିବା ପାଇଁ
ଶ୍ରୀ ଜେନା ପରାମର୍ଶ ଦେଇଥିଲେ।
ଦୀର୍ଘ ସମୟ ଆଲୋଚନା ଭିତରେ ମୁଖ୍ୟ ଶାସନ ସଚିବ ମହୋଦୟ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଜଟଣୀ ଟାଉନ ଖସମାହାଲ କିଭଳି ଯଥାଶିଘ୍ର କର୍ଯକାରି ହୋଇ ପରିବ, ସେଥିପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ସକ୍ରିୟ କରି ଯଥାଶୀଘ୍ର ସମ୍ଭବର ପ୍ରତିଶୃତି ଏବଂ ଜଗା ମିଶନ ଜରିଆରେ କିଭଳି ରେଳବାଇ ଝୁମ୍ପୁଡି ବସ୍ତି ବାସିନ୍ଦା ମାନଙ୍କ ଥଇଥାନ ପାଈଁ ଯଥାଶିଘ୍ର ସମ୍ଭବର ପ୍ରସ୍ତାବ ଦେଇଥିଲେ। ଆଜିର ଏହି ଆଲୋଚନାରେ ଜଟଣୀ ନାଗରିକ କମିଟି, ଗାନ୍ଧୀ ଓ ଆମ୍ୱେଦକର ଏଖରାଜତ ସୁରକ୍ଷା କମିଟି ର ସଦସ୍ୟ ଯଥା ହଟ କିଶୋର ପ୍ରଧାନ, ବୃନ୍ଦାବନ ସାହୁ, ଲୁସେନ ରାୟ, ସୁନୀଲ କୁମାର ରାଉତରାୟ, କୋଇଲି ସୁବୁଦ୍ଧି, ବିବେକାନନ୍ଦ ବଡ଼ଜେନା, ନୌସିର ଅଲ୍ଲୀ ଓ ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ ଉପସ୍ଥିତ ଥିଲେ.ଧନ୍ୟବାଦ ରାଜ୍ୟ ସରକାର ଜଟଣୀ ର ବିକାଶ ପାଈଁ ଜଟଣୀ ନାଗରିକ କମିଟି କୁ ଯୋଗାଯୋଗ କରିଥିବାରୁ।
Prev Post
Next Post