୧୨ ଘଣ୍ଟା ନ ପୁରୁଣୁ ରାସ୍ତା ଫାଟି ଫାଲ ଫାଲ

ରାଜ୍ୟ ସରକାର ଗ୍ରାମ୍ୟ ସଡ଼କ ଉନ୍ନୟନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଠିକାଦାର ମାନଙ୍କ ଲୁଟ ପାଟ ବୁଦ୍ଧି ଯୋଗୁଁ ରାସ୍ତା।ନିର୍ମାଣର କିଛି ଘଣ୍ଟା ମଧ୍ୟରେ ସ୍ଥାନ ସ୍ଥାନରେ ଫାଟି ଆଁ କରି ବସିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଠାରୁ କୁଳିଙ୍ଗାମାଲ ଦେଇ ବୋଟୋପାଳି ରାସ୍ତା ଏହି ରାସ୍ତା ଆରମ୍ବ ହେବା ଦିନ ଠାରୁ ଅନେକ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ଅଭିଯୋଗ ମୁତାବକ ରାସ୍ତା ନିର୍ମାଣ ସମୟରେ କୋଉ ସ୍ଥାନରେ ରାସ୍ତା ଲମ୍ବି ରହିଛି ତ କୋଉ ସ୍ଥାନରେ ଛୋଟ ହୋଇ ରହିଛି। ଗ୍ରାମର ମୁଖ୍ୟ ଛକ ନିକଟରେ ଏକ ପୋଲର ନିତ୍ୟାନ୍ତ ଆବଶ୍ୟକ କାରଣ ରହିଥିବା ପୁରୁଣା ପୋଲଟି ଫାଟି ଆଁ କରି ରହିଛି ଯେତେବେଳେ ବି ଭୁଶୁଡ଼ି ଯାତ୍ରୀଙ୍କ ପାଇଁ ବିପଦ ହୋଇ ପାରେ ହେଳେ ସେହି ସ୍ଥାନରେ ପୋଲ ନିର୍ମାଣ ପାଇଁ ଠିକାଦାରଙ୍କୁ କହିବା ପରେ ତାଙ୍କ ନାଲି ଆଖି ଦେଖାଇବା ସହ କାମ କରିବା ପାଇଁ ସମ୍ପୂର୍ଣ୍ଣ ମନା କରୁଛନ୍ତି। କେତେବେଳେ ଶିଶୁ ଶ୍ରମିକ ତ କେତେବେଳେ ପୁରୁଣା କଂକ୍ରିଟରେ ନୂତନ କାମ ରାସ୍ତା ମଝିରେ ରହିଛି ଇଲେକ୍ଟ୍ରି ଖୁଣ୍ଟ ଯାହା କାଢ଼ି ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ହେଳେ କେଉଁ ସ୍ୱାର୍ଥ ପାଇଁ ରାସ୍ତା ମଝିରେ ଖୁଣ୍ଟକୁ ଛାଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ ଚଳେଇଛନ୍ତି। ଯାହା ଆଗାମୀ ଦିନରେ ଯାତ୍ରୀଙ୍କ ପାଇଁ ବିପଦର ସଙ୍କେତ ହୋଇ ପାରେ ବୋଲି ଅନୁମାନ କରାଯାଏ। ଏମିତି ଅନେକ ଦୁର୍ନୀତି କରି ଠିକାଦାର ତାଙ୍କ ମନ ଇଛା କାମ ଚଳେଇ ଚାଲିଛନ୍ତି। ଠିକ ସେହି ଭଳି କିଛି ରାସ୍ତାକୁ ସମ୍ପୁର୍ଣ୍ଣ ଦେଖେଇ ପିଚୁ ପକାଉଥିବା ବେଳେ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଯୋଗୁଁ କିଛି ସ୍ଥାନରେ ଫାଟି ଆଁ କରି ରହିଛି। ତଳ କାମ ମଧ୍ୟ ଯେଉଁ ସାମଗ୍ରୀ ଯେତେ ମାତ୍ରାରେ ଦେବା କଥା ତାହା ନ ଦେଇ ଲୁଟପାଟ ନୀତି ଚଳାଉଥିବା ମଧ୍ୟ ଗ୍ରାମବାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପରୋକ୍ତ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ନୀରବ ରହିଥିବା ଦେଖିବାକୁ ମିଳିଛି। ଯାହା ସ୍ପଷ୍ଟ ଭାବରେ ଜାଣି ହେଉଛି ଏହି ଦୁର୍ନୀତିରେ ବଡ଼ ବଡ଼ ବାବୁଙ୍କ ମଧ୍ୟ ଲମ୍ବା ହାତ ରହିଥିବା ଅନୁମାନ କରାଯାଏ। ତେଣୁକରି ଗ୍ରାମବାସୀଙ୍କୁ ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାସ୍ତା କାମ ବନ୍ଦ କରାଯିବା ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.