ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚି ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କରି ୫-ଟି ସ୍କୁଲ ରୂପାନ୍ତରି କରଣ କାର୍ଯ୍ୟକ୍ରମ ପରିଦର୍ଶନ କରି ଦେଖିଥିଲେ। ସେଠାରେ ସ୍କୁଲ ଉନ୍ନତି କରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବୋଡେନ ସ୍ଥିତ ମିଶନ ଶକ୍ତି କଫି ସପ ପରିଦର୍ଶନ କରି ଦେଖି ଥିଲେ। ଏହା ପରେ ୫-ଟି ସଚିବ ତୀର୍ଥ କ୍ଷେତ୍ର ପାତାଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରି ଭୋଗ ସେବନ କରିଥିଲେ। ପାତାଲଗଙ୍ଗା ହେଉଛି ଜିଲ୍ଲାର ଏକ ଜଣା ଶୁଣା ପର୍ଯ୍ୟଟନ ହୋଇଥିବା ବେଳେ ତାହାର ଉନ୍ନତି କେମିତି ହେବ ଓ ପର୍ଯ୍ୟଟକଙ୍କ କେମିତି ମନ ମୋହିବ ସେ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଓ ପୂର୍ବାହ୍ନରେ ଖଡ଼ିଆଳ ଉପଖଣ୍ଡ ସ୍ଥରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ହସ୍ପିଟାଲ ଯୋଜନ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତା ସହ କୋମନା ବ୍ଳକ କୋନାବିରା ଗାଁରେ ନୂତନ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ କରିବେ। ମଧ୍ୟାହ୍ନରେ ସୁନାବେଡ଼ା ଅଭୟାରଣ୍ୟ ଅଧିନ ସୁନାବେଡ଼ା ସ୍ଥିତ ସୁନାଦେଇଙ୍କ ଦର୍ଶନ କରି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ସମେତ ଅଭୟାରଣ୍ୟର ବିକାଶ ଉପରେ ନିମନ୍ତେ ପରିଦର୍ଶନ କରିବା ପରେ ନୂଆପଡ଼ା ସରକାରୀ ବସଷ୍ଟାଣ୍ଡ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଆହାର କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ପତୋରା ସ୍ଥିତ ଯୋଗେଶ୍ବର ମନ୍ଦିର ପରିଦର୍ଶନ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମନ୍ଦିର ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ପରେ ନ୍ୟାସନାଳ କଲେଜରେ ସାମାଜିକ ସଂଗଠନ ଅଭିଯୋଗ ଶୁଣିବାର କାର୍ଯ୍ୟକ୍ରମ ରହିଛି ।