କେନ୍ଦ୍ରାପଡ଼ା ; ବର ସାଇକେଲ ଚଲାଇ ଗଲେ କନ୍ୟା ଘରକୁ ବାହା ହେବା ପାଁଇ,ନିରାଡ଼ମ୍ବର ରେ ବିଭାଘର ହେଲା. ଗଛ ଚାରା ବାଣ୍ଟି ସମାଜ କୁ ସଚେତନତା ର ବାର୍ତା ଦେଲେ. କେନ୍ଦ୍ରାପଡ଼ା କନ୍ତିଆ ଗ୍ରାମର ଯୁବକ ତଥା ମାର୍ଶାଘାଇ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, crc ରାଜେଶ କୁମାର ବାରିକ ବର ଯାତ୍ରୀ ମାନଙ୍କ ସହ ସାଇକେଲ ଚଲାଇ କନ୍ୟା ଘରକୁ ବର ବେଶରେ ଯାଇ ବିଭା ହେଲେ,ରାଜେଶ ପାଟକୁରା (ଗରଦପୁର ବ୍ଲକ ର କୁସୁନପୁର ର ରବୀନ୍ଦ୍ର ବାରିକ ଙ୍କ କନିଷ୍ଠ କନ୍ୟା ଭାଦ୍ରବି କୁ ବାହା ହେବା ପାଇଁ ସାଇକେଲ ରେ ନିଆରା ଢଙ୍ଗରେ ଝିଅ ଘର ଗାଁ ରେ ପଂହଁଚିଥିଲେ ଆଉ ଗ୍ରାମବାସୀ ଙ୍କୁ ଗଛ ଚାରା ବାଣ୍ଟିଥିଲେ,ରାଜେଶ ପରିବେଶ କୁ କ୍ଷତି ନ ପଂହଁଚେଇବା ଲକ୍ଷରେ ଏମିତି କରିଛନ୍ତି ବୋଲି କହିଛନ୍ତି,ଡିଜେ,ବାଣ କୁ ନ ବ୍ୟବହାର କରି ପାରମ୍ପରିକ ବାଦ୍ୟ ବଜାଇ ବାହା ହୋଇଛନ୍ତି,ସାଇକେଲ ରେ ପ୍ଲା କାର୍ଡ ଲଗାଇ ପରିବେଶ କୁ କିପରି ସୁସ୍ଥ ରଖିପାରିବା ସେ ବିଷୟରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥିଲେ,ଆଜିର ଯୁବ ପିଢ଼ି ଅତ୍ୟାଧୁନିକ ବାଣ,ଡିଜେ,ଲାଇଟ ଆଉ ଦାମୀ କାର ରେ ବର ହେଇ ଆସି ବାହାହେବାକୁ ପସନ୍ଦ କରୁଥିବା ବେଳେ ରାଜେଶ ଙ୍କ ଏପରି ନିଆରା ଚିନ୍ତାଧାରା କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ,ଏପରି ଏକ ନିରାଡ଼ମ୍ବର ନିଆରା ବାହାଘରକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି,ଉଭୟ ବର କନ୍ୟା ଏହି ପରି ଏକ ଆୟୋଜନ କୁ ସ୍ୱୀକୃତି ଜଣାଇଥିଲେ
Reported by
(MANASI MISHRA)