କୋମଳ ମତି ଝିଅ ଟିଏ ଯିଏ ଦୁନିଆକୁ ଭଲ ଭାବରେ ଦେଖି ମଧ୍ୟ ନ ଥିଲା ମନରେ ବସା ବାନ୍ଧି ଥିଲା ଅନେକ ଆଶା ସେ ଛୋଟ ବେଳୁ ଭାବୁ ଥିଲା ଭଲ ପାଠ ପଢିବ ବଡ଼ ମଣିଷ ହେବ ବୃଦ୍ଧା ସମୟରେ ମାଁ ବାପାର ସାହାରା ହେବ ହେଲେ ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା। ଏଭଳି ଏକ ଅଭାବନୀୟ ଘଟଣା ଜୀବନ ମରଣ ସହ ସଂଘର୍ଷ କରି ଜୀବନ ବିତାଉଥିବା ବିଚଳିତ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେରାପଦର୍ ଗାଁରେ ସୂଚନା ଅନୁସାରେ ସୁତ ଦଣ୍ଡସେନା ନିଜ ଚାରି ପରିବାର ସହ ସୁଖ ଶାନ୍ତିରେ ପ୍ରତିପୋଷଣ କରି ଆସୁଥିଲେ। ହେଲେ ତାଙ୍କ ଝିଅ କୌଶଲ୍ୟା ଦଣ୍ଡସେନା ପାଠ ପଢି ବଡ଼ ମଣିଷ ହୋଇ ନିଜ ପରିବାର ମୁହଁରେ ଖୁସି ଆଣିବି ବୋଲି ଉଚ୍ଚ ଆଶା ନେଇ ଆଗକୁ ବଢ଼ିବାରେ ଲାଗିଥିଲା। ହେଳେ ସମୟ ଚକ୍ରରେ ସବୁ ଓଲଟ ପାଲଟ ହୋଇଗଲା। ହଟାତ କୌଶଲ୍ୟା ଅସୁସ୍ଥ ହୋଇ ପଡ଼ିଲା ଓ ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା। ଭଗବାନ ତାଙ୍କ ପାଇଁ ଏତେ ଶତ୍ରୁ ସାଜିଲା ଯେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦଶମ ବୋର୍ଡ ପରୀକ୍ଷାରେ ମଧ୍ୟ ଉପସ୍ଥିତ ହୋଇ ପାରିଲେ ନାହିଁ। ଗରିବ ମାଁ ବାପା ଆଖ ପାଖର ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖା ଦେଲା ନାହିଁ। ଯାହା ଫଳରେ ଅସହ୍ୟ କଷ୍ଟ ଯନ୍ତ୍ରଣାରେ ପାଖା ପାଖି ୧୦ ବର୍ଷରୁ ଉର୍ଦ୍ଧ ହେବ ଜୀବନ କାଟୁଥିବା ପରିବାର ଲୋକେ ଜଣେଇଛନ୍ତି। ଅତି ଦୁଃଖର ବିଷୟ ହେଉଛି କୌଶଲ୍ୟାଙ୍କ ୭୦ ପ୍ରତିଶତର ଦିବ୍ୟାଙ୍ଗ ପ୍ରମାଣ ପତ୍ର ରହି ମଧ୍ୟ ଦିବ୍ୟଙ୍କ ଭତା କିମ୍ବା ଚାଉଳ ପାଉ ନାହାନ୍ତି। ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା କାହା ପାଇଁ ଯଦି ଗରିବ ଲୋକଙ୍କ ପାଇଁ କାମରେ ନ ଆସି ଅଧା ରାସ୍ତାରେ ବାଟ ବଣା ହୋଇ ଯାଉଛି। ବିଜୁ ସ୍ବାସ୍ଥ୍ୟ ବିମା କାର୍ଡ ରହି ମଧ୍ୟ କୌଣସି କାମରେ ଆସୁନି କାରଣ ତାଙ୍କୁ ଉନ୍ନତ ମାନର ଚିକିତ୍ସା ଆବଶ୍ୟକ ରହିଛି। ତେଣୁକରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଏଥି ପ୍ରତି ଦୃଷ୍ଟି ଦେବା ସହ କୌଣସି ଏକ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରେଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।