କଣ୍ଟାବାଞ୍ଜି ୨୪/୫ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗଡ଼ଗଡ଼ବାହାଲ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଗାଁର ଭାନୁମତୀ ବାଗକୁ ଉକ୍ତ ଗାଁର ଚିତ୍ତରଞ୍ଜନ ବାଗ ଓ ମୋତିରାମ ହାତୀ ତଥା ତୁଳାରାମ ପୁଟେଲ ( ପଛୁଆବର୍ଗର ) ବ୍ୟକ୍ତିମାନେ ଗତ ୧୨ ତାରିଖ ଦିନ ଅପରାହ୍ନ ପ୍ରାୟ ୪ ବେଳେ ଅଶ୍ଳୀଳ ଭାଷା ପ୍ରୟୋଗ କରି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି, ସୂଚନା ଯୋଗ୍ୟ ଯେ ଉକ୍ତ ୩ ଜଣ ଦୁର୍ବୃତ୍ତ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ସୁନ୍ଦରମଣି ବାଗକୁ ତାଙ୍କ ଘର ସାମ୍ନାରେ ଯାଇ ସେଠାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା କରିବା ପାଇଁ ଗର୍ଜନ କରୁଥିବା ଶୁଣି, ତାଙ୍କର ସ୍ତ୍ରୀ ଭାନୁମତୀ କାହିଁକି ମୋ ସ୍ୱାମୀଙ୍କୁ ଏପରି ଭାଷାରେ ଗାଳିଗୁଲଜ କରୁଛ ବୋଲି ପ୍ରତିବାଦ କରିବାରୁ, ଉକ୍ତ ଦୁର୍ବୃତ୍ତମାନେ ନାରୀ ସମ୍ମାନ ବି ଭୁଲି ଯାଇ ଭାନୁମତୀକୁ ଅମାନୁଷିକ ଭାବେ ମାଡ଼ମାରି ଅଚେତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ, ପରି ଭାନୁମତୀଙ୍କ ସ୍ଵାମୀ ସୁନ୍ଦରମଣି ଖବର ପାଇ ଘରକୁ ଆସି ଦେଖିବା ବେଳକୁ ସ୍ତ୍ରୀ ଅଚେତ୍ ଅବସ୍ତାରେ ପଡ଼ି ରହିଛି, ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟ କ୍ରମେ ୧୦୮ ଏମ୍ବୋଲାସରେ ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରେଇଥିଲେ, କିନ୍ତୁ ଭାନୁମତୀ ଗୁରୁତ୍ତର ଥିବାରୁ ଡାକ୍ତର ଉପଖଣ୍ଡ ଚିକିତ୍ସା କେନ୍ଦ୍ର ଟିଟିଲାଗଡ଼କୁ ସ୍ଥାନାନ୍ତର କରିଦେଇଥିଲେ, ସେଠାରେ ବି ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ବୁର୍ଲା ସ୍ଥାନାନ୍ତରିତ କରିବାରୁ ଭାନୁମତୀଙ୍କ ସମ୍ପର୍କୀୟ ଭାଇ ମାନେ ଛତ୍ତିଶଗଡ଼ର ରାଇପୁର ଠାରେ ରହୁଥିବା ହେତୁ ରାଇପୁରର କୌଣସି ଡାକ୍ତର ଖାନାରେ ଚିକିତ୍ସା କରାଇଲା ପରେ, ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଲା ପରେ ମୁରିବାହାଲ ଥାନାରେ ସମ୍ପୃକ୍ତ ୩ ଦୁର୍ବୃତ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାନୁମତୀ ଲିଖିତ ଅଭିଯୋଗ କରିଥିଲେ, ହେଲେ ମୁରିବାହାଲ ପୁଲିସ ଉକ୍ତ ଦୁର୍ବୃତ୍ତମାନଙ୍କ ଭୟରେ ଭାନୁମତୀ ଦେଇଥିବା ଲିଖିତ ଅଭିଯୋଗ ପତ୍ରକୁ ହଜେଇ ଦେଲେ, ଲୋକ ଲଜ୍ଜା ପାଇଁ ପରବର୍ତ୍ତୀ ସମୟରେ ପୁଣିଥରେ ଲେଖା ଦେବାକୁ କହି ମାମଲା ରୁଜୁ ହୋଇଛି ବୋଲି ମୌଖିକ କହିଛନ୍ତି ପୀଡିତ ପରିବାରକୁ ଯାହାଫଳରେ ବଙ୍ଗୋମୁଣ୍ଡା ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଏକ ସ୍ମରଣୀୟ ପତ୍ର ପ୍ରଦାନ କରାଯାଇଛି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗଚନ୍ଦ୍ର ସାହୁଙ୍କୁ, ସେହି ସ୍ମରଣୀୟ ପତ୍ରରେ ଉଲ୍ଲେଖ ବି କରାଯାଇଛି ଯେ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତେବେ ଆଗାମୀ ଦିନରେ ମୁରିବାହଲ ଥାନା ଘେରାଉ ସହ କଣ୍ଟାବାଞ୍ଜି ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି, ମୁରିବାହାଲ ଥାନା ଅଧିକାରୀ କମଳ ଲୋଚନ ବେହେରା କହିଛନ୍ତି ଯେ ଉକ୍ତ ଦୁର୍ବୃତ୍ତମାନେ ଫେରାର୍ ରହିଛନ୍ତି ତାଙ୍କୁ ହିଁ ଗିରଫ କରିବାକୁ ଆମର ପୁଲିସ ଟିମ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି ବୋଲି କହିଥିଲେ,