ସଡ଼କ ଦୁର୍ଘଟଣାରେ ଡ୍ରାଇଭର ମୃତ

ବାଲିଆପାଳ,୨୪/୫ (ନ.ନ୍ଯୁ.ସ.)ଏକ ମର୍ମନ୍ତୁକ ସଡକ ଦୁର୍ଘଟଣାରେ  ବାଲିଆପାଳର ଜଣାଶୁଣା ଡ୍ରାଇଭର ସେକ ଅଜଗର(ଦା) ୩୬ ଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ମୃତ୍ୟୁ ଘଟିଛି।ଅଜଗର (ଦା) ମଙ୍ଗଳବାର ସନ୍ଧ୍ୟାରେ ବାଲିଆପାଳରୁ କାରରେ ପାସେଞ୍ଜର ନେଇ ଖଡ଼ଗପୁରରେ ଷ୍ଟେସନ ରେ ଛାଡି ବିଳମ୍ବିତ ରାତ୍ରୀରେ ଘରକୁ ଫେରୁଥିଲା।ଜଳେଶ୍ୱର ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଟ୍ରକ ସହିତ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଘଟଣା ବିଷୟରେ ଜଳେଶ୍ୱର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବୁଧବାର ଜଳେଶ୍ୱର ହସ୍ପିଟାଲରେ ଶବ ବ୍ୟବଛେଦନ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ପରିବାର ଲୋକ ଅଜଗରର ମୃତ ଦେହ ବାଲିଆପାଳ ସ୍ଥିତ ବାସଭବନକୁ ଆଣିବା ପରେ ଏକ ବିରାଟ ପଟୁଆରରେ ବାଲିଆପାଳ କବର ସ୍ଥାନକୁ ନେଇ ସେହିଠାରେ କବର ଦେଇଥିଲେ।ଶବାଧାରରେ ବାଲିଆପାଳ ବସ୍ତିର ମାଲିକ ନଜିର ଖାଁ, ସେକ ଅନୁ,ସେକ ଦାଦୁ, ସେକ ରହିମାନ,ବାଲିଆପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ,ପୂର୍ବତନ ଜିଲ୍ଲା ପରିଷଦ ସଦଦ୍ୟ ଅଜୟ କୁମାର ସାହୁ,ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ଅଣ୍ଡିଆ,ସେକ ସାବୁଦ୍ଦିନ ଶାହା,ସେକ କାଟି ବାବୁ ତଥା ବାଲିଆପାଳ ବସ୍ତି ତଥା ବାଲିଆପାଳ ଅଞ୍ଚଳର ବହୁ ଜନସାଧାରଣ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।ଅଜଗର ବାଲିଆପାଳ ଅଞ୍ଚଳର ଜଣେ ଭଲ ଡ୍ରାଇଭର ଭାବରେ ବେଶ ଜଣାଶୁଣା ଥିଲେ।ଅଜଗରର ଦେଢ଼ ବର୍ଷର ଏକ ଶିଶୁ ପୁତ୍ର ଅଛି।ତାଙ୍କ ବିୟୋଗରେ ବାଲିଆପାଳ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

Leave A Reply

Your email address will not be published.