କେନ୍ଦ୍ରାପଡ଼ା (ନି. ପ୍ର)ଡେରାବିଶ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଦାନପୁର ପଞ୍ଚାୟତ ଭାଗବତ ପୁର ଗ୍ରାମ ରେ ଟ୍ରାକ୍ଟର ମାଟି ନେଇ ନାଳ ବନ୍ଧ କଚା ରାସ୍ତା ରେ ଯାଉଥିବା ବେଳେ ମାଟି ଧସେଇ ଯିବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା.ଗାଡି ନାଳ କୁ ଛିଟିକି ପଡିବାରୁ ଗାଡି ତଳେ ଚାପି ହୋଇ ଡ୍ରାଇଭର ମନୋଜ କୁମାର ନାୟକ ଙ୍କ ମୃତୁ ହୋଇଛି.. ଗାଡି ରେ ଥିବା ହେଲଫର ଗୁରୁତର ହୋଇଛନ୍ତି.ଡ୍ରାଇଭର ମନୋଜ ସ୍ଥାନୀୟ ଭାଗବତ ପୁର ଗ୍ରାମ ର ବୋଲି ଜଣା ପଡିଛି. ଟ୍ରାକ୍ଟର ତଳେ ଚାପି ହୋଇ ମନୋଜ ଙ୍କ ମୃତୁ ହେବା ପରେ ସ୍ଥାନୀୟ ଚାନ୍ଦୋଳ ଫାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଯୁବକ ଙ୍କୁ ଉଧାର କରି ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର କୁ ପଠାଇ ଥିଲେ. ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ ପାଇଁ ପଠା ଯାଇଛି. ଦୁଇ ବର୍ଷ ତଳେ ମନୋଜ ଙ୍କ ବାପା ଚାଲି ଯାଇଥିବା ବେଳେ ବଡ଼ ପୁଅ ମନୋଜ ଙ୍କ ର ଏଭଳି ଦୁଖଃଦ ଦୁର୍ଘଟଣା ରେ ମୃତୁ ହେବା ପରେ ପରିବାର ଭାଙ୍ଗି ପଡିଛନ୍ତି
Reported by
(MANASI MISHRA)