ସ୍ୱାମୀ ଓ ପୁଅ କୁ ହରାଇ ଅସହାୟ ଚେନିଆ  

କେନ୍ଦ୍ରାପଡ଼ା(ଡେରାବିଶ)ଜୀବନ ର ଘଡିସନ୍ଦୀ ମୁହୂର୍ତ୍ତ ରେ ଅସହାୟ ଚେନିଆ ମଲ୍ଲିକ.ବିଧବା ବୃଦ୍ଧା. ବୟସର ଅପରାହ୍ନ ରେ ଦୁଃଖ ର ବୋଝ ଲଦି ହୋଇ ଯାଇଚି ତାଙ୍କ ଉପରେ. ଅଠର ମାସ ତଳେ ସ୍ୱାମୀ ଚାଲିଗଲେ ଆରପାରିକୁ..କିଛି ଦିନ ତଳେ ତାଙ୍କ ବାଇଶି ବର୍ଷୀୟ ଭେଣ୍ଡା ପୁଅକୁ ମଧ୍ୟ ସେ ହରେଇଛନ୍ତି. ସରକାରୀ ସହାୟତା ମଧ୍ୟ ବୃଦ୍ଧା ଙ୍କ ପାଈଁ ସାତଶପନ. ପ୍ରଶାସନ ର ଦୃଷ୍ଟି ଅଗୋଚର ରେ ଅବହେଳିତ ହୋଇ ପଡିରହିଛନ୍ତି ବୃଦ୍ଧା. ଆଖି ଲୁହ ରେ ଭିଜୁଛି ଚେନିଆ ଙ୍କ ଦୁନିଆ.

ଦୁଃଖ ଯେତେବେଳେ ଆସେ ଚାରି ଦିଗ ରୁ ମାଡି ବସେ.  ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ଛକନା ଗ୍ରାମ ର ଷାଠିଏ ବର୍ଷୀୟା ବୃଦ୍ଧା ଚେନିଆ ମଲ୍ଲିକ ଙ୍କ ଦୁଃଖ ଶୁଣିଲେ ଛାତି ଫାଟି ଯିବ. ଚେନିଆ ତାଙ୍କ ସ୍ୱାମୀ ଓ ପୁଅମାନେ ମୂଲ ଲାଗି ଚଳୁଥିଲେ. ଦେଢ ବର୍ଷ ପୂର୍ବେ  ଅସାଧ୍ୟ ରୋଗ ରେ ପୀଡିତ ହୋଇ ସ୍ୱାମୀ ଚାଲିଗଲେ. କିନ୍ତୁ ଏଯାଏଁ ଚେନିଆ ଙ୍କୁ ମିଳିନାହିଁ ବିଧବା ଭତ୍ତା. ବିଧବା ହୋଇବି ସେ ବିଧବା ଭତା ପାଈଁ ଯେତେ ଚେଷ୍ଟା କଲେ ବି ପ୍ରଶାସନ ଚେନିଆ ଙ୍କ ଦୁଃଖ ଶୁଣିନଥିଲା. ବିଧବା ହୋଇ ମଧ୍ୟ ବିଧବା ଭତ୍ତା ପ୍ରାପ୍ୟ ରୁ ବଂଚିତ ରହିଛନ୍ତି ଚେନିଆ ମଲ୍ଲିକ.

     ଏତିକିରେ ଦୁଃଖ ସରିଲାନି ଯେ ପୁଣି ଆଉ ଏକ ଶକ୍ତ ଆଘାତ ଲାଗିଲା ଚେନିଆ ମଲ୍ଲିକ ଙ୍କୁ. କିଛି ଦିନ ତଳେ ମଝିଆଁ ପୁଅ ଗଣେଶ ମଳିକ ବାଇଶି  ବର୍ଷ ବୟସ ରେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ ବରଣ କଲା.ବଡ଼ ପୁଅ ବୋହୁ ତାଙ୍କ ନିଜ ସଂସାର କୁ ଦେଖୁଛନ୍ତି ସିନା ମା ର ଦୁଃଖ କୁ ବୁଝୁନାହାନ୍ତି କି  ବୃଦ୍ଧା ଦୁଃଖିନୀ ମା କୁ ଆଦରର ସହକାରେ ପଚାରୁନାହାନ୍ତି.ବଡ଼ ପୁଅ ବୋହୁ ମା ର ଏ ଦାରୁଣ ସମୟରେ ମା ଠୁ ଭିନେ ହୋଇ ଅଲଗା ରହୁଛନ୍ତି.ଭାଗ୍ୟ ଦାଉ ସାଧିଲା ପରେ ଏକା ହୋଇଯାଇଛନ୍ତି  ବୃଦ୍ଧା ଚେନିଆ ମଳିକ, ବୟସର ଅପରାହ୍ନ ରେ ଅଧlବାଟେ ଛାଡ଼ିଗଲେ ସ୍ୱାମୀ ଓ ଆର ପାରିକୁ ଚାଲିଗଲା ମଝିଆ ପୁଅ,,,ଆଉ ଯେଉଁ ମାନେ ଅଛନ୍ତି ସେମାନେ ଥାଇ ବି ନଥିବା ପରି.  ଏକା ହୋଇଯାଇଛନ୍ତି ବୃଦ୍ଧା. ଭଙ୍ଗା ଚାଳ ଛପର ଘରେ  ମୃତ ସ୍ୱାମୀ ଓ ପୁଅ ର ଫଟୋ କୁ ଦେଖି ଲୁହ ଗଡାଉଛନ୍ତି. ଦିନ ଗଡି ଯାଉଛି କିନ୍ତୁ ଲୁହ ଶୁଖୁନି. ସ୍ୱାମୀ ଓ ପୁଅ ର ଫୋଟୋ କୁ ଦେଖି ଅlଖି ଛଳ ଛଳ ହେଇଯାଉଛି ତାଙ୍କର. ଅକୁହା କୋହ ରେ ଫାଟି ପଡୁଛି ତାଙ୍କ ହୃଦୟ,,  ବଡ଼ ପୁଅ ବୋହୁ ଭିନେ ହେଇଯାଇଛନ୍ତି. ପ୍ରଶାସନ ଚେନିଆ ଙ୍କୁ ଆବାସ ଯୋଜନା ଅନ୍ତର୍ଭୁକ୍ତ କରିନାହାନ୍ତି କି ବିଧବା ଭତ୍ତା ଦେଇନାହାନ୍ତି. ମୌଳିକ ସୁବିଧା ରୁ ବଂଚିତ ଅଛନ୍ତି ବିଧବା ବୃଦ୍ଧା .ଦେହରୁ ବଳ ବୟସ କମି ଯାଇଥିଲେ ବି ଭୋକ ବିକଳ ରେ ମୂଲ ଲାଗି ଜୀବନ ଜାପାନ କରୁଛନ୍ତି ଚେନିଆ ମଳିକ.

ଏବିଷୟ ଆମେ କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କୁ ଅବଗତ କରାଇବା ପରେ ଚେନିଆ ଙ୍କୁ ସବୁ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ ସେ ବୋଲି ପ୍ରତିଶୃତି ଦେଇଛନ୍ତି.

 ଭାଗ୍ୟ ର ଦlଉରେ ଦୁଃଖର  ବୋଝ କୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି ଚେନିଆ ମଳିକ. ସରକାରୀ ସହାୟତା ରୁ ବଂଚିତ ଅଛନ୍ତି. ପ୍ରଶାସନିକ ଦୃଷ୍ଟି ଆଢୁଆଳ ରେ ସେ ରହିଯାଇଛନ୍ତି.

ତେବେ ଦୁଃଖିନୀ ଚେନିଆଁ ଙ୍କୁ କେବେ ମିଳିବ ସରକାରୀ ସହାୟତା ତାହା ସମୟ ସାପେଖ୍ୟ

Reported by

(MANASI MISHRA)

Leave A Reply

Your email address will not be published.