ରାୟଗଡ଼ -୬-(ଧନେଶ୍ୱର ରାଉତ )- ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଆଜି ସକାଳ ପ୍ରାୟ ୭ ସମୟରେ ଗଜେନ୍ଦ୍ର ନାଏକ କାଶୀପୁର ଠାରୁ 10 କିଲୋମିଟର ଦୂର ସିକର ଲଟା ଗ୍ରାମକୁ ନିଜ ଚାଷଜମି ର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛି ନିଜ ଶ୍ରମିକ ଏବଂ JCB ଡ୍ରାଇବର ମଧ୍ୟ ଉପସ୍ଥିତ ଥିଲେ। JCB ସହ ଉକ୍ତ ଚାଷ ଜମିରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚନ୍ଦ୍ରଗିରୀ ପଞ୍ଚାୟତ ଚାନ୍ଦୋଗିରି ଗ୍ରାମର ତିନି ଜଣ ସେମେତ ମିଳିତ ଭାବେ କୁରାଡି ସହ ଆକ୍ରମଣ କରିଥିଲେ ।
ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରମୁଖ ସାକ୍ଷୀପ୍ରମଣିତ ଭାବେ କସନାଦରା ଗ୍ରାମର ଅନ୍ତ ମାଝୀ ଏହି ନିର୍ମମ ହତ୍ୟା ର ଜ୍ୱଳନ୍ତ ବୟାନ ସହ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ବୟାନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଚାନ୍ଦୋଗିରି ଗ୍ରାମର ତିନିଜଣ ମିଳିତ ଭାବେ ଗଜେନ୍ଦ୍ର ନାଏକଙ୍କୁ ତିନୋଟି କୁରାଡ଼ି ସହ ନିର୍ମମ ଭାବେ ହତ୍ୟା କରିଥିବାର ସେ ଦେଖିଥିବା ପ୍ରକାଶ କରିଛି ।
ଗଜେନ୍ଦ୍ର ନାଏକ ଏକାଧାରରେ ସେ ଜଣେ ସମାଜ ସେବୀ ସହ କାଶୀପୁର ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ଉପର୍ବତନ ସଭାପତି ଥିଲେ ।ତାଙ୍କର ଶାନ୍ତ ସ୍ୱଭାବ ହେତୁ ସମଗ୍ର ରାୟଗଡ ଜିଲ୍ଲାରେ ନିଜ ପରିଚୟ ପ୍ରତିପାଦନ କରିଥିଲେ ।
ବର୍ତମାନ ତାଙ୍କର ମୃତ ଶରୀର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଥିବାବେଳେ କାଶୀପୁର ପୋଲିସ ହତ୍ୟା ଘଟଣାର ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।