ରଜରେ ଖରା ସାଙ୍ଗକୁ ଗୁଳୁଗୁଳିରେ ସିଝିବେ ରାଜ୍ୟବାସୀ। କାରଣ ଏଥର ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ ତାରିଖ କିମ୍ବା ତା’ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଓଡ଼ିଶା ଛୁଇଁବ ଏଯାଏ ଜଣାପଡ଼ିନାହିଁ। ଓଡ଼ିଶାକୁ ୧୨ ସୁଦ୍ଧା ମୌସୁମୀ ଆସିଥାଏ। ଏଥର କିନ୍ତୁ ବିଳମ୍ବ ହୋଇପାରେ। କେବେ ଓଡ଼ିଶା ଆସିବ ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ। ତେବେ ୧୫ କିମ୍ବା ତା’ ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇପାରେ ବା ତା’ଠୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।