ବାସୁଦେବପୁର ୧୩/ ୬ ( )ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରଶାସନ ପକ୍ଷରୁ ଗତ ମେ ମାସ ୩୧ ତାରିଖ ରେ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇ ଥିଲା। ହେଲେ ଆଜି ଯାଏ ପ୍ରଶାସନ ପକ୍ଷରୁ ଉଠା ଦୋକାନୀ ମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ନିଆ ନ ଯିବାରୁ ଉଠା ଦୋକାନୀ ମାନଙ୍କ ପକ୍ଷ ରୁ ଆଜି ସ୍ଥାନୀୟ ପୌର ଅଧିକାରୀ ଓ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଯଦି ଥଇ ଥାନ ର ବ୍ୟବସ୍ଥା କରା ନ ଯାଏ ତେବେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବୁ ବୋଲି ଉଠା ଦୋକାନୀ ମାନେ କହିଛନ୍ତି।