ଖବର ଆଜିର …ତାରିଖ ୧୫/୦୬/୨୩, ଗୁରୁବାର

୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଜୋତ୍ସବ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି,୪୦ ଡିଗ୍ରୀ ଉପରେ ୧୭ଟି ସ୍ଥାନ, ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରୀ।

୩-୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି, କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

୪-କିଟ୍‌ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସନାଲ ମେମୋରିଆଲ୍‌ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା।

୫-ସମ୍ବଲପୁର:ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେଲାନି କନ୍ୟା।

୬-ପରଲୋକରେ ଭୁବନେଶ୍ବର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର।

୭-୧୮ ତାରିଖରୁ ବଦଳିବ ପାଗ, ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା।

୮-ଅର୍ଚ୍ଚନା ନାଗ ମାମଲା: ସହଯୋଗୀ ଖଗେଶ୍ବରର ଜାମିନ ଆବେଦନ ଖାରଜ।

୯-ରାଜଧାନୀରେ ପହିଲି ରଜ ମଉଜ :ଖାଇଗଲେ ଅଢେଇ କୋଟିର ମଟନ।

୧୦-ବିଜେଡିର ଗ୍ୟାସ ବନାମ ବିଜେପିର ବିଜୁଳି: ଚୁଲି ଜାଳି ପ୍ରତିବାଦ କଲା ବିଜେଡି, ବିଞ୍ଚଣା ବୁଲାଇ କଟାକ୍ଷ କଲା ବିଜେପି ।

୧୧-କଟକ: ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ୍;ଭାରତ ଲେବନାନ ମ୍ୟାଚ ଆଜି।

୧୨-ଝାରସୁଗୁଡ଼ା:ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ।

୧୩-ଉତ୍କଳ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ।

୧୪-ଶବ୍ଦ ପ୍ରଦୂଷଣରୁ ଆୟୁଷ କମୁଛି, ହୃଦଘାତ ଓ ଉଚ୍ଚ ରକ୍ତଚାପ ଆଶଙ୍କା ବଢୁଛି।

୧୫-ହରଡ଼ ଓ ବିରି ଡାଲି ମୂଲ୍ୟ ବୃଦ୍ଧି ଚିନ୍ତା: ଷ୍ଟକ୍ ଲିମିଟ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ।

୧୬-କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ, ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ ।

୧୭-ବିଶ୍ୱ ଦରବାଦରରେ ସମ୍ମାନିତ ହେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

୧୮-ମହଙ୍ଗା ପଡିଲା ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଗଣ୍ଡଗୋଳ, ନିଲମ୍ବିତ ହେଲେ ରାଜସ୍ଥାନର ଆଇଏସ ଓ ଆଇପିଏସ ଅଧିକାରୀ।

୧୯-ଗୁଜୁରାଟ:ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ – ୪୭ ହଜାର ଲୋକ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତରିତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.