ବାଲିଆପାଳ୧୫/୬ (ନ.ନ୍ଯୁ.ସ.)ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ୨୦ ତମ ବିଶ୍ବ ରକ୍ତ ଦାତା ଦିବସ ପାଳନ ଅବସରରେ ଗୁରୁବାର ବାଲିଆପାଳ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରକ୍ତଦାତା କମିଟି ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ଇଂ ଡ଼ଃ ହୃଷୀକେଶ ସାହୁଙ୍କ ନେତୃତ୍ଵରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବାଲିଆପାଳ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା କୃଷି ବୈଜ୍ଞାନିକ ଡଃ ଅଦୈତ୍ୟ ପାତ୍ର,ସଦସ୍ୟ ସଚିବ ଡ଼ଃ ଶ୍ରୀକାନ୍ତ ମିଶ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଶାନ୍ତ କୁମାର ଦେ, ଅଧ୍ୟାପକ ଡ଼ଃ ସୁଶାନ୍ତ ଦାସ,ଅବସରପ୍ରାପ୍ତ ପ୍ରାଧ୍ୟାପକ କୁଞ୍ଜକାନ୍ତ ପାତ୍ରଙ୍କ ସହିତ ବହୁ ଖବର ଦାତା, ମହାବିଦ୍ୟାଳୟର କର୍ମଚାରୀ ଛାତ୍ରୀ ଛାତ୍ର, ନିଜ ହାତରେ ଗୋଟିଏ ଲେଖାଏଁ ବଉଳ ଗଛର ଚାରା ରୋପଣ କରି ଗଛ ବଡ଼ ହେବା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାର ଶପଥ ନେଇଥିଲେ।ବୃକ୍ଷ ପ୍ରାକୃତିକ ପରିବେଶକୁ ସନ୍ତୁଳିତ ରଖିବାର ସାହାଯ୍ୟ କରେ। ଯେପରି ଗୋଟିଏ ବିନ୍ଦୁ ରକ୍ତରେ ଗୋଟାଏ ଜୀବନ ବଞ୍ଚିଯାଏ। ସେହିପରି ଗୋଟିଏ ବୃକ୍ଷ ଗୋଟିଏ ଜୀବନ ବଞ୍ଚାଇଦେଇଥାଏ ବୋଲି ଅତିଥି ମାନେ କହିଥିଲେ।ମହାବିଦ୍ୟାଳୟ ପରିସରରେ ୧୦୦ଟି ବଉଳ ଗଛ ରୋପଣ କରାଯିବା ପରେ ଆଗାମୀ ଦିନରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଲଗାଯିବ ବୋଲି ରକ୍ତଦାତା କମିଟିରେ ସଭାପତି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।