ଜୁଆ ଆଡା ଉପରେ ଚଢ଼ାଉ

କେନ୍ଦ୍ରାପଡ଼ା(ଡେରାବିଶ)ରଜ ରେ ଲକ୍ଷ୍ମୀ ଛଡା ଖେଳ ରୋକିବାକୁ ପୋଲିସ ଙ୍କ ଦୃଢ଼ ପଦକ୍ଷପ.କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଇନ୍ଦାଳ ବାଲିସାହି ଗ୍ରାମ ରେ ଏକ ନିର୍ଦିଷ୍ଟ ଅନୁଷ୍ଠାନ ଦ୍ଵାରା ଆୟୋଜିତ ରାମ ଲୀଳା କାର୍ଯ୍ୟକ୍ରମ ବେଳେ ଜୁଆ ପାଲି ପଡ଼ିଥିବା ସମୟରେ ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ  ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛନ୍ତି .ସନ୍ଧ୍ୟା ସମୟରୁ ବାଲିସାହି ପଡିଆ ରେ ଜୁଆ  ପାଲି ପକାଇ ଖେଳ ଖେଳାଉଥିଲା ଜୁଆଡି ବାବୁଲି ମଳିକ. ରାତାରାତି ବଡ଼ ଲୋକ ହେଇଯିବା ଆଶା ରେ ଅନେକ ଅସାଧୁ ଶ୍ରେଣୀୟ ଲୋକ ଜୁଆ ଖେଳ ରେ ମାତି ଥିଲେ .ଲକ୍ଷାଧିକ ଟଙ୍କା ଉଡୁଥିଲା. ଷ୍ଟେଜ ରେ ରାମ ଲୀଳା ଚାଲିଥିବା ବେଳେ ଷ୍ଟେଜ ର କିଛି ଦୂରରେ ଚାଲିଥିଲା ଜୁଆ ଖେଳ. କିନ୍ତୁ ବିଶେଷ ସୂତ୍ର ରୁ ଖବର ପାଇଲେ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ. ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏକ  ପୋଲିସ ଟିମ କିଛି କ୍ଷଣ ମଧ୍ୟରେ ଘଟଣା ସ୍ଥଳ ରେ ପହଁଚି ଜୁଆ ଆଡ୍ଡା ଉପରେ ରେଡ କରି ଥିଲେ. ଘଟଣା ସ୍ଥଳରୁ ତିନି ଜଣ ଙ୍କୁ   ଜୁଆ ଆଡ୍ଡା ସ୍ଥଳୀରୁ  ଉଠାଇ ନେଇଥିଲେ ପୋଲିସ. ସାମ୍ବାଦିକ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ଙ୍କୁ  ସେହିଠାରେ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେଇଥିଲେ ଜୁଆ ଖେଳାଳି ଓ ଅସାଧୁ ଶ୍ରେଣୀୟ ଲୋକ. ତେବେ ବାଲି ସାହିରେ ସଂଧ୍ୟା ରୁ ଜୁଆ ଖେଳ ଚାଲିଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇଁ ଚଢ଼ାଉ କଲା କେନ୍ଦ୍ରାପଡ଼ା ସଦର ଥାନା ପୋଲିସ.ଜୁଆ ପାଲି ଖେଳାଉଥିବା ମୁଖ୍ୟ ନାୟକ ତିରିଣିଆ ଗ୍ରାମ ର ବାବୁଲି ମଲ୍ଲିକ ର ସହଯୋଗୀ  ମାନଂକୁ ପୋଲିସ ଉଠାଇ ନେଇଛନ୍ତି. ପୋଲିସ ଜୁଆ ଖେଳାଳି ଓ ଜୁଆ ବେପାରୀ ମାନଙ୍କ ଠାରୁ  ଚଉତିରିଶ ହଜାର ପାଞ୍ଚଶାହ ଟଙ୍କା ଜବତ କରିଛନ୍ତି. କୁଦାନଗରୀ ଥାନା ଅନ୍ତର୍ଗତ ଭଗବାନ ପୁର ପଞ୍ଚାୟତ ତିରିଣିଆ ଗ୍ରାମ ର ବାବୁଲି ମଲ୍ଲିକ ପୂର୍ବରୁ ମଧ୍ୟ ଦୀର୍ଘ ବର୍ଷ ହେବ  ନିଜ ଘର ସମେତ ବିଭିନ ସଂକୃତିକ କାର୍ଯ୍ୟକ୍ରମ ରେ ଜୁଆ ପାଲି ପକାଇ ବଡ଼ ବଡ଼ ଗ୍ରାହକ ଯୋଗାଡ଼ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବିଶେଷ ସୂତ୍ର ରୁ ପ୍ରକାଶ.ଜୁଆ ଖେଳ ରେ ସେ ରାତିକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ସୂଚନା ମିଳିଛି. ଏନେଇ ଗଣମାଧ୍ୟମ ରେ ପୂର୍ବରୁ ଖବର ପ୍ରସାରଣ ହୋଇଥିଲା. ପ୍ରଶାସନ ଓ ପୋଲିସ ଙ୍କ ହିଟ ଲିଷ୍ଟ ରେ ଥିଲା ବାବୁଲି ମଲ୍ଲିକ. ଶେଷରେ ତାକୁ ଓ ତା ସହଯୋଗୀ ମାନଙ୍କୁ କାବୁ କରିବାରେ ସଫଳ ହେଇଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ. ତେବେ ଜୁଆ ପାଲି ପକାଉଥିବା ଦଳ ଓ ଜୁଆ ଖେଳାଳି ମାନେ ଗିରଫ ହେବା ପରେ କେନ୍ଦ୍ରାପଡ଼ା ଅଞ୍ଚଳ ରେ କେବେ ଜୁଆ ଭଳି ଏକ ଅସାଧୁ ଶ୍ରେଣୀୟ ଖେଳ ର ପ୍ରୋତ୍ସାହନ ଲୋପ ପାଇବ ତାହା ଦେଖିବାକୁ ବାକି ରହିଛି

Reported by

(MANASI MISHRA)

Leave A Reply

Your email address will not be published.