ବାରିପଦା,୧୬/୦୬/୨୦୨୩ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେଙ୍କ ନିର୍ଦେଶ ଅନୁଯାଇ ଅଖିଳ ଭାରତୀୟ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ କେ. ରାଜୁଙ୍କ ଆହ୍ୱାନ କ୍ରମେ ଏବଂ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆଜି ତା ୧୬ /0୬ / ୨୩ ରିଖ ବାରିପଦାସ୍ଥିତ ଦାରୋଗାଡାହୀଠାରେ ଥିବା ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ( LDM )ବିଭାଗ କାର୍ଯ୍ୟାଳୟ ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ କୁ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରାଜକିଶୋର ବାରିକ ( ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓବିସି ବିଭାଗ ଓ ବିହାର ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଏଲ. ଡି. ଏମ ବିଭାଗ ସଂଯୋଜକ ଓ ଓଡିଶା ପ୍ରଭାରୀ ) ଯୋଗଦାନ କରି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ନେତୃବୃନ୍ଦଙ୍କ ସହିତ ଆଗାମୀ ୨0୨୪ ନିର୍ବାଚନରେ କଂଗ୍ରେସ ଦଳ କିପରି ଏସି / ଏସ୍ଟି / ଓବିସି ଓ ମାଇନୋରିଟି ବର୍ଗଙ୍କୁ ନେଇ ତୃଣମୁଳ ସ୍ତରରେ କଂଗ୍ରେସ ର ସଂଗଠନକୁ ମଜବୁତ କରି ଦଳକୁ ଜିତାଇବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି l ଏବଂ ଉକ୍ତ ବୈଠକରେ ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ଏଲ. ଡି. ଏମ ର ନୂତନ କମିଟି ରାଜ୍ୟ ଏଲ. ଡି. ଏମ ମିଡ଼ିଆ ସଂଯୋଜକ ତଥା ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଗଠନ କରାଗଲା l ଏହି ନୂତନ କମିଟି କୁ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବାରିକଙ୍କ ଅନୁମୋଦନ କ୍ରମେ ମୟୁରଭଞ୍ଜ ଜିଲ୍ଲା ଉପସଭାପତି ୪ ଜଣ ଯଥାକ୍ରମେ ରଣା ସତ୍ୟକାମ ସେନାପତି, ରବୀନ୍ଦ୍ର ନାଥ ଗିରି, ଭୋଜଗୋବିନ୍ଦ ଦଳାଇ, ଚନ୍ଦନ କିସ୍କୁ ଓ ସାଧାରଣ ସମ୍ପାଦକ ଭାବେ ବାଦଲ ହେମ୍ବ୍ରମ ଏବଂ ୫ ଜଣ ସମ୍ପାଦକ ଯଥାକ୍ରମେ ରବୀନ୍ଦ୍ର ନାଥ ସେଠି, ଲାଦୁରାମ ସୋରେନ, ଚାନ୍ଦ୍ରାୟ ହାଁସଦା, ଏମ. ଡି. ନୌସାଦ ଓ ବିରାମ ମୁର୍ମୁ ଙ୍କୁ ନିଯୁକ୍ତି ଦିଆଗଲା ଆଗକୁ ଜିଲ୍ଲାର କଂଗ୍ରେସ ଦଳକୁ ମଜବୁତ କରି ସଂଗଠିତ କରିବାକୁ l