ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି

ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୩ ଡିଗ୍ରୀ ପାର କରିଛି। ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରର ତାପମାତ୍ରା ୪୨.୪ ଡିଗ୍ରୀ ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୧.୬, କେନ୍ଦୁଝରରେ ୩୯,ଚାନ୍ଦବାଲି ୩୮.୪ରେ, ଗୋପାଳପୁରରେ ୩୭.୫, ବାଲେଶ୍ୱର ୩୬.୨ରେ, ପୁରୀରେ ୩୬ ଓ ପାରାଦୀପରେ ୩୩. ୬ ଡିଗ୍ରୀ ରେକର୍ଡ କରାଯାଇଛି।

ବାୟୁମଣ୍ଡଳରେ ଶୁଷ୍କ ବାୟୁ ପ୍ରବାହ ହେବା ଯୋଗୁ ଅଧିକ ଆଦ୍ରତା ରହୁଛି। ଯାହାଫଳରେ ଅଧିକ ଗୁଳୁଗୁଳି ହେଉଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ପାରାଦୀପର ଆଦ୍ରତା ୮୦ ପ୍ରତିଶତ ଥିବା ବେଳେ ପୁରୀ ୭୪ ପ୍ରତିଶତ ରହିଛି। ସେହିପରି ବାଲେଶ୍ୱର ୬୯ ପ୍ରତିଶତ ଥିବାବେଳେ ଗୋପାଳପୁରରେ ୫୬ ପ୍ରତିଶତ, ଚାନ୍ଦବାଲି ୫୫, ଭୁବନେଶ୍ୱର ୩୮,କେନ୍ଦୁଝର ୩୬ ପ୍ରତିଶତ, ହୀରାକୁଦ ୩୨ ପ୍ରତିଶତ, ସମ୍ବଲପୁର ୩୧ ଓ ଝାରସୁଗୁଡ଼ା ୨୧ ପ୍ରତିଶତ ଆଦ୍ରତା ରହିଛି।

Also Read

Leave A Reply

Your email address will not be published.