ଦିଅର ପ୍ରେମରେ ପଡ଼ି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା। ଏଥିସହ ମୃତଦେହକୁ ନୂଆ କରି ନିର୍ମାଣ ହୋଇଥିବା ଗୋଟିଏ ଘରର ପାଇଖାନା ଗାତରେ ପୋତି ଦେଇଛନ୍ତି। ପୂରା ଘଟଣାରେ ମହିଳାଙ୍କୁ ତାଙ୍କ ପ୍ରେମିକ ସହଯୋଗ କରିଛନ୍ତି।
ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ଆଶିୟା ଓ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସାନ ଭାଇ ସୁହେଲଙ୍କୁ ଗିରଫ କରିଛି। ଆଶିୟା ଓ ସୁହେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏଥିପାଇଁ ସେମାନେ ସାଗରଙ୍କୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଛନ୍ତି। ଜୁନ ୬ରୁ ସାଗର ନିଖୋଜ ଥିଲେ। ପୁଲିସ୍ ତଦନ୍ତ କରି ତାଙ୍କ ମୃତଦେହକୁ ସେପଟିକ ଟ୍ୟାଙ୍କ ମଧ୍ୟରୁ ଜବତ କରିଛି।