ବୁଗୁଡ଼ା : ତା ୧୬/୦୬/୨୨ : ଆସନ୍ତା ଜୁନ୍ ୨୦ ତାରିଖରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରି ପୁର ଛନ୍ଦ କାମ ସରିଥିବା ବେଳେ ଅଁଳା ଶ୍ରୀ, କଳସ ଉଠାଣ, ଶୁଆ ବନ୍ଧା ଓ ବେଦି ଘର କାମ କରିବାକୁ ରହିଛି । ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘ ନେତୃତ୍ତ୍ଵରେ ରବିନ୍ଦ୍ର କୁମାର ଘଡେଇଙ୍କ ଦ୍ବାରା ଚାଲିଅଛି । ଅନ୍ୟପକ୍ଷରେ ଠାକୁର ଅଣସର ଘରେ ଥିବାବେଳେ ଶିଳ୍ପୀ ଗୋବର୍ଦ୍ଧନ ମହାପାତ୍ରଙ୍କ ଦ୍ବାରା ବନକ କାର୍ଯ୍ୟ ଚାଲୁରହିଛି ।ସ୍ଥାନୀୟ ବଳଦେବ ସ୍ବାମୀ ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏ ବର୍ଷର ରଥ ଯାତ୍ରାକୁ ଲୋକେ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।