ଖବର ଆଜିର…ତାରିଖ ୧୭/୦୬/୨୦୨୩ ଶନି ବାର ।
ପ୍ରବଳ ଗ୍ରୀଷ୍ମପ୍ରବାହରେ ସାଧାରଣ ଜନତା କଲବଲ ହେଉଛନ୍ତି। ଏହିସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଏହାକୁ ନେଇ ସାରାରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ରଜ ବଜାରରେ ଫିଲ୍ମ ଲଢେଇ : ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ; ଏପଟେ ଦୁଇ ଓଲିଉଡ ସିନେମା ମଧ୍ୟରେ ଚାଲିଛି ଟକ୍କର ।
ପ୍ରବଳ ଖରା ତାତିରେ ଜଳୁଛି ରାଜଧାନୀ ଭୁବନେଶ୍ବର, ୪୪.୬ ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ।
ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳିଲା। ଏଣିକି ଏହାକୁ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁରେ ଜଣାଯିବ। ।
ଜେଲରୁ ମହାଠକ ସୁକେଶ ଲେଖିଲେ ଆଉ ଏକ ଚିଠି, ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ସହାୟତା ଦେବାକୁ ମାଗିଲେ ଅନୁମତି ।
‘ଏ ପାନ ବାଲା ବାବୁ…’ ଗୀତର ଗାୟକ ଆଉ ନାହାନ୍ତି: ପ୍ରତିଷ୍ଠିତ କଳାକାର ଅନୀଲ ହରିପାଲଙ୍କ ପରଲୋକ ।
ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ, ସେବାୟତ କହିଲେ- ଅଶୁଭ ସଙ୍କେତ ।
ମହିଳା IPS ଅଫିସରଙ୍କୁ ଯୌନ ଶୋଷଣ ମାମଲା, ତାମିଲନାଡୁ ପୂର୍ବତନ ଡିଜିଙ୍କୁ ୩ ବର୍ଷ ଜେଲ୍ ।
ଭକ୍ତଙ୍କ ଭାବାବେଗ ସହ ଖେଳ ! ମହାପ୍ରଭୁଙ୍କ ଅବଢା ନାଁରେ ବିକିଲେ ନକଲି ପ୍ରସାଦ ।
ବଢ଼ିଲା ଗ୍ରୀଷ୍ମ ଛୁଟି; ଜୁନ ୧୯ ପରିବର୍ତ୍ତେ ୨୧ରେ ଖୋଲିବ ବିଦ୍ୟାଳୟ, ନିର୍ଦ୍ଦେଶନାମା ଜାରି ।
ଗୁଜରାଟରେ ତାଣ୍ଡବ ରଚିବା ପରେ ଏବେ ରାଜସ୍ଥାନ ମୁହାଁ ବପର୍ଯ୍ୟୟ । ପ୍ରବଳ ବର୍ଷା, ଟ୍ରେନ୍ ରଦ୍ଦ, ସ୍କୁଲ କଲେଜ ବନ୍ଦ ।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦାବି କରିଛନ୍ତି ।
ମଣିପୁରରେ ଥମୁନି ହିଂସା, କମୁନି ଉତେଜନା । ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କଲେ ୫୦ ଉପଦ୍ରବାକରୀ, ଫିଙ୍ଗିଲେ ପେଟ୍ରୋଲ ବୋମା, ଲଗାଇଲେ ନିଆଁ।
ଅଷ୍ଟ୍ରେଲିଆ ସଂସଦରେ କାନ୍ଦିଲେ ମହିଳା ସାଂସଦ । କହିଲେ, କିଭଳି ସଂସଦ ଭିତରେ ଦିଆଯାଉଛି ଯୌନ ନିର୍ଯ୍ୟାତନା ।
୫ ବର୍ଷରେ ପତଞ୍ଜଳି କାରବାର ୧ ଲକ୍ଷ କୋଟି ହେବ, ୧୪ ନୂଆ ଉତ୍ପାଦ ଉନ୍ମୋଚିତ ।
ପାନ୍ ସହ ଆଧାର ଲିଙ୍କ୍ ନକଲେ ବକେୟା ରିଫଣ୍ଡ୍ ମିଳିବନି ।
ରଥଯାତ୍ରା ପାଇଁ ପୁଲିସ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ପୁରୀ ଏସ୍ପି।
ମୁଖାର୍ଜୀ ନଗର ଅଗ୍ନିକାଣ୍ଡ ମାମଲା: ଦୁଇ କୋଚିଂ ସେଣ୍ଟରର ପରିଚାଳକ ଗିରଫ, ୧୬ ଜଣଙ୍କ ବୟାନ ରେକର୍ଡ ।
ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା ।
ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ୯୯୫୦ କେଜି ହାଡ଼: ଗୋଡ଼ାଇ ଧରିଲା ରାଜଧାନୀ ପୁଲିସ, ୩ ଗିରଫ ।
ରଥଯାତ୍ରାରେ ଗ୍ରୀନ୍ କରିଡର ବ୍ୟବସ୍ଥା; ମକଡ୍ରିଲ୍ କଲେ ପୋଲିସ ଓ ସ୍ବେଚ୍ଛାସେବୀ ।
5ଟି ସଚିବଙ୍କ କନ୍ଧମାଳ ଗସ୍ତ; ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ।
ସୁପ୍ରଭାତ ,ଶୁଭ ସକାଳ ।