୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

 ପାଗ ଅନୁକୂଳ ହେଲା। ଓଡ଼ିଶାରେ ପ୍ରବେଶ କରିପାରେ ମୌସୁମୀ ବାୟୁ। ଗରମରୁ ମିଳିବ ଆଶ୍ୱସ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପକୂଳ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳକୁ ପ୍ରବେଶ କରିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୂ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଧୀରେ ଧୀରେ ବର୍ଷା ଲାଗି ରହିଲେ, ତାକୁ ପ୍ରାକ୍‌ ମୌସୁମୀ ବର୍ଷା କୁହାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ କହିଛନ୍ତି।

Leave A Reply

Your email address will not be published.