ବାଲିଆପାଳ ୨୦/୬(ନ.ନ୍ଯୁ.ସ. ) ବାଲିଆପାଳ ବ୍ଳକ ଖଗଡାପାଳ ସ୍ଥିତ ଶ୍ରଦ୍ଧାକ୍ଷେତ୍ର ରେ ମଙ୍ଗଳାବର ପବିତ୍ର ଘୋଷ ଯାତ୍ରା ଅନୁଷ୍ଠିତ ହୋଇଛି।ତେବେ ଅନୁକୂଳ ପାଗ ଯୋଗୁଁ ବାଲିଆପାଳ ବଡ଼ଦାଣ୍ଡ ରେ ଶତାଧିକ ରଥର ସମାବେଶ ହୋଇଥଲା।
ରଥଯାତ୍ରା ପାଇଁ ପ୍ରାତଃ ରୁ ଶ୍ରୀ ଜୀଉମାନଙ୍କ ସମସ୍ତ ରୀତି କାନ୍ତି ସୁଚାରୁ ରୁପେ ସମ୍ପନ୍ନ ହୋଇଥିଲା।ଅପରାହ୍ନ ୫ଟା ବେଳକୁ ଚକ୍ରରାଜ ସୁଦର୍ଶନ , ବଳଭଦ୍ର ,ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଯାଇ ରଥା ରୋଢ଼ ହୋଇଥିଲେ ।ମନ୍ଦିର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଶାରିରୀକ ଅସୁସ୍ଥତା ସତ୍ତ୍ୱେ ତାଳଧ୍ୱଜ ,ଦେବଦଳନ ଓ ନନ୍ଦିଘୋଷ ରଥରେ ଛେରା ପହଁରା କରିଥିଲେ।ପରେ ପରେ ରଥ ଟଣା ହୋଇଥିଲା।ତହସିଲଦାର ଦୀପକ କୁମାର ଦାଶ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଳେ ବସ୍ତା ଏସ୍ ଡ଼ି ପି ଓ ଜଳନ୍ଧର ଜାଲି ,ବାଲିଆପାଳ ,ବି ଡ଼ି ଓ ବିନୋଦ ଚନ୍ଦ୍ର ପଣ୍ଡା ,ଆଇ ଆଇ ସି ପ୍ରଶାନ୍ତ କୁମାର ଜେନା ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ରେ ରହିଥିଲେ। ତେବେ ବାଲିଆପାଳ ବଡ଼ଦାଣ୍ଡରେ ମୁଖ୍ୟ ରଥ ସହିତ ବିଭିନ୍ନ ସ୍ଥାନରୁ ଶତାଧିକ ରଥ ଟଣା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମହିଳା ପୁରୁଷ, ପିଲ ଛୁଆ ମାନେ ଆନନ୍ଦରେ ରଥ ଟାଣୁଥିବା ବେଳେ ଶ୍ରଦ୍ଧା କ୍ଷେତ୍ରର ଦେବଦଳନ ରଥକୁ କେବଳ ମହିଳା ମାନେ ଟାଣି ନେଇଥିଲେ।ଟ୍ରଷ୍ଟ ବୋର୍ଡ଼ ସମ୍ପାଦକ ବ୍ରଜ କିଶୋର ଭୂୟାଁ, ସତ୍ୟକାମ ମହାନ୍ତି ,ଦିବ୍ୟକାମ ମହାନ୍ତି , ମଧୁସୂଦନ ବାରିକ,କାଳି ଚରଣ ଦେ,ପ୍ରିୟନାଥ ସେଠୀ ,ମୁରଲୀ ମୋହନ ସାହୁ ,ମଧୁସୂଦନ ସାହୁ ,ଇଂ ସୁଶାନ୍ତ କୁମାର ଚକ୍ରବର୍ତ୍ତୀ ,ପ୍ରଫୁଲ୍ଲ କୁମାର ସାହୁ ,ଶୁଭେନ୍ଦୁ କୁମାର ଗିରି ,ଜଗନ୍ନାଥ ମହାନ୍ତି , ପୂଜାପଣ୍ଡା ବଳଭଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ସୁରକ୍ଷା ପାଇଁ ତିନି ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା।