କେନ୍ଦ୍ରାପଡ଼ା(ନି. ପ୍ର )ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ନାନକାର ଗ୍ରାମ ର ଜଣେ ଯୁବକ ବିଭୁତି ଭୂଷଣ ବିଶ୍ୱାଳ ଆଠ ବର୍ଷ ତଳେ କଲିକତା କୁ ଦାନନ ଖଟିବାକୁ ଯାଇଥିଲେ . କଲିକତା ରେ ଥାଇ ଦୁଇ ବର୍ଷ ପର୍ଯ୍ୟନ୍ତ ଘର ସହ ବିଭୁତି ଯୋଗାଯୋଗ ରଖିଲେ.କିନ୍ତୁ ତା ପରେ ବିଭୁତି ଙ୍କ ର କିଛି ପତ୍ତା ପାଇଲେନି ଘରଲୋକ. ବହୁତ ଖୋଜାଖୋଜି କରି ନିରାଶ ହେଲେ. କିନ୍ତୁ ଗତ ଦୁଇ ଦିନ ତଳେ ବିଭୂତି ଙ୍କ ଭଉଣୀ ଖବର ପାଇଲେ ଯେ ଭାଇ ତାଙ୍କର ଗତ ପନ୍ଦର ତାରିଖ ଦିନ ନୟାହାଟି-ଟାଙ୍କିନାଡା ରେଳ ପଥ ରେ ଏକ ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି. ଶବ ଆସି ନେଇଯାଆନ୍ତୁ. କେହି ଜଣେ କଲିକତା ରେଲେ୍ୱେ କର୍ମଚାରୀ ପରିଚୟ ଦେଇ ଭଉଣୀ ଇତିଶ୍ରୀ ମହାନ୍ତି ଙ୍କ ପାଖକୁ ଭାଇ ବିଭୁତି ଭୂଷଣ ବିଶ୍ୱାଳ ର ଫୋଟୋ ପଠେଇବା ସହ ଏହି ଖବର ଫୋନ ଯୋଗେ କହିଥିଲା ତେବେ ଦୀର୍ଘ ବର୍ଷ ହେବ ନିଖୋଜ ଥିବା ବିଭୁତି ଭୂଷଣ କେମିତି ମଲେ ତାହା ଏବେ ସନ୍ଦେହ ଘେରରେ. ତାଙ୍କ ର ପ୍ରକୃତ ରେ ରେଳ ଦୁର୍ଘଟଣା ହୋଇଥିଲ ନା ତାଙ୍କୁ ହତ୍ୟା କରାଯାଇଛି ଏନେଇ ଗାଁ ରେ ଥିବା ତାଙ୍କ ପରିବାର ସନ୍ଦେହ ଘେରରେ ଅଛନ୍ତି., ସେପଟେ ବିଭୁତି ଙ୍କ ସବ କଲିକତା ରୁ ଫେରାଇ ଆଣିବା ସହ ପ୍ରକୃତରେ ବିଭୁତି ଙ୍କ ମୃତୁ ପଛର ରହସ୍ୟ ଓ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ନିରପେକ୍ଷ ତଦନ୍ତ ସହ ଶବ ଫେରେଇ ଆଣିବାକୁ ପ୍ରଶାସନିକ ସହାୟତା କରିବା ପାଇଁ ବିଭୁତି ଙ୍କ ଭଉଣି ଇତିଶ୍ରୀ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି. ତେବେ ଆଠ ବର୍ଷ ହେବ ଦାଦନ ଖଟିବାକୁ ଯାଇ କଲିକତା ରେ ନିଖୋଜ ହେବା ପରେ ନୟାହଟି ରେ ବିଭୁତି ଙ୍କ ମୃତ ଦେହ ମିଳିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି
Reported by
(MANASI MISHRA)