“ବଙ୍ଗୋମୁଣ୍ଡା ପୁଲିସ ଉଦ୍ଧାର କଲା ଦୁଇ ନାବାଳିକାଙ୍କୁ”

କଣ୍ଟାବାଞ୍ଜି ୨୪/୬ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଚୁଲିଫୁଙ୍କା ଗାଁ ଅଞ୍ଚଳର ଜଣେ ନାବାଳିକା ତାମିଲନାଡ଼ୁ ଅଞ୍ଚଳରେ ଟେଲର ତାଲିମ୍ ନେଉଥିଲେ, ସେ ଘରକୁ ଫେରି ଆସିଲା ପରେ ପୁଣି ଥରେ ଯାଉଥିଲେ ତାମିଲନାଡୁ ଟେଲର ତାଲିମ ନେବାକୁ, ବଙ୍ଗୋମୁଣ୍ଡାରୁ ବସ ଯୋଗେ ଟିଟିଲାଗଡ଼ ରେଲୱେ ଷ୍ଟେସନ ଗଲାପରେ ଟ୍ରେନ ଅପେକ୍ଷାରେ ଷ୍ଟେସନ ଭିତରେ ବସିଥିଲେ ନାବାଳିକା, ସେତେବେଳେ ଟିଟିଲାଗଡ଼ ଥାନା ଅଞ୍ଚଳର ଟିକରାପଡ଼ା ଗାଁର ଉଦ୍ଦେ ରତେଇଙ୍କ ପୁଅ କଳାକାହ୍ନୁ ରତେଇ ନାବାଳିକା ସହ କଥାବାର୍ତ୍ତା କରି ସେ ବି କେଉଁଠିକୁ ଯାଉଥିବା କହି ସାଙ୍ଗରେ ମିଶି ଯିବାକୁ କହିଥିଲା, ସେପଟେ ନାବାଳିକା ମେ ମାସ ୧ ତାରିଖ ଦିନ ୧୧ ଟା ସମୟରେ ତାମିଲନାଡୁ ରାଜ୍ୟର ତ୍ରିପୁରା ଜିଲ୍ଲାରେ ଥିବା ଟେଲର ତାଲିମ କେନ୍ଦ୍ରକୁ ନ ପହଞ୍ଚି ଥିବାରୁ ୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଥିଲେ, ବଙ୍ଗୋମୁଣ୍ଡା ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା, ରାଜସ୍ଥାନରୁ ଏକ ନୂଆ ନମ୍ବରରୁ ନାବାଳିକା ଜଣକ ଫୋନ କରି ମାକୁ ସବୁ କଥା କହିବା ପରେ ନାବାଳିକାଙ୍କ ମା ବଙ୍ଗୋମୁଣ୍ଡା ଥାନାରେ ସୂଚନା ଦେଇଥିଲେ, ବଙ୍ଗୋମୁଣ୍ଡା ପୁଲିସ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ନାବାଳିକା ଫୋନ କରିଥିବା ନମ୍ବରକୁ ସାଇବର ସେଲର ସାହାର୍ଯ୍ୟରେ ଟ୍ରାକ କରି ରାଜସ୍ଥାନର ତଦାବାସ ଗାଁକୁ ପହଞ୍ଚି ଥିଲା ଉଦ୍ଧାର କାରୀ ପୁଲିସ ଦଳ ମୁରିବାହାଲ ଥାନାର ଏସ.ଆଇ. ଦନାର୍ଦ୍ଧ ଓରାମ ଓ ଗିରିଜାକାନ୍ତ ପୁଟେଲ ସହ ବାଳଜୁ ନଳୀ ପହଞ୍ଚିବା ପରେ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଆଉ ଜଣେ ବିହାର ଅଞ୍ଚଳର ନାବାଳିକା ସେଠାରେ ଖଟୁଥିବା ଦେଖି ଉଦ୍ଧାର କରି ଆଣିଥିଲା ପୁଲିସ ବୋଲି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି, ସେପଟେ ନାବାଳିକା ମାନେ ପ୍ରକାଶ କରିଛନ୍ତି ଯେ ଏହି ଅଞ୍ଚଳର ଅନେକ ଯୁବତୀ ମାନଙ୍କୁ ଉକ୍ତ କଳାକାହ୍ନୁ ରାଜସ୍ଥାନରେ ବିକ୍ରି କରିଥିବା ପ୍ରକାଶ କରିଛନ୍ତି, ତେବେ ନାବାଳିକା ମାନଙ୍କୁ ଶିଶୁ ଶ୍ରମିକ ଭାବେ କଟାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବଙ୍ଗୋମୁଣ୍ଡା ପୁଲିସ ତାକୁ ନେଇ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଚର୍ଚ୍ଚାରେ ବଙ୍ଗୋମୁଣ୍ଡା ପୁଲିସ, ଏଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି, ସିଡବ୍ଲୁସି ଏହାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ଉଚ୍ଚିତ କାରଣ ନାବାଳିକା ମାନଙ୍କୁ କଡ଼ା ପରିଶ୍ରମ କରାଯାଉଥିଲା କାମ ନ କଲେ ମାଡ଼ ମରା ଯାଉଥିଲା, ଏତେ ଅତ୍ୟାଚାର କରୁଥିବା ବ୍ୟକ୍ତି ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ନିଆ ଯିବ..? କେଉଁ ସ୍ଵାର୍ଥ ପାଇଁ ଉକ୍ତ ଅପରାଧି ମାନଙ୍କୁ ଛାଡ଼ି ଦେଇଛି ବଙ୍ଗୋମୁଣ୍ଡା ପୁଲିସ..?

Leave A Reply

Your email address will not be published.