ଯୌତୁକ ନିର୍ଯାତନା ଅଭିଯୋଗରେ ୧୪ ବର୍ଷ ସଶ୍ରମ କାରାଦଣ୍ଡ

କଣ୍ଟାବାଞ୍ଜି ୨୪/୬ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ସେମଲା ଗାଁରେ ଯୌତୁକ ନିର୍ଯାତନା ଅଭିଯୋଗରେ ମା ଓ ପୁଅ ଦୁହେଁଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତର ରାୟ ଦେବା ସହ ୧୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟ, ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବାଞ୍ଜିପାଳି ଗାଁର ନେତ୍ର ମାଝିଙ୍କ ଭଉଣୀ ପୁଷ୍ପା ମାଝିକୁ ସେହି ଥାନା ଅନ୍ତର୍ଗତ ସେମଲା ଗାଁର ଶତୃଘ୍ନ ମାଝିଙ୍କ ପୁଅ ଗୋକୁଳ ମାଝି ସହ ସାମାଜିକ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା, ସେହି ସମୟରେ ପୁଷ୍ପାଙ୍କ ସ୍ଵାମୀ ଗୋକୁଳ ମାଝି ଓ ଶାଶୁ ଶ୍ଵଶୁରଙ୍କ ଯୌତୁକ ନିର୍ଯାତନା ବଢ଼ି ଚାଲିଥିଲା, ଭାଇ ମାନଙ୍କୁ ଅନେକ ସମୟରେ ପୁଷ୍ପା କହିଥିଲେ ଶାଶୁ ଘର ଲୋକେ ଏହା ଦାବି କରିଛନ୍ତି ଦିଅ ବୋଲି କିନ୍ତୁ ତାଙ୍କ କ୍ଷମତା ଅନୁଯାୟୀ ଯାହା କିଛି ଦେଇଥିଲେ ସେଥି ସନ୍ତୁଷ୍ଟ ନ ଥିଲେ ପୁଷ୍ପାଙ୍କ ଶାଶୁ ଘରେ, ଅନେକ ଥର ସେମଲା ଗାଁରେ ବୈଠକ ମଧ୍ୟ ବସିଥିଲେ ଗାଁର ଭଦ୍ର ବ୍ୟକ୍ତି ଓ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ,  ଯୌତୁକ ନିର୍ଯାତନା ସହ ଅତ୍ୟାଚାର କମିବାର ନାଁ ନଉଥିବା ବେଳେ, ବଢ଼ି ବଢ଼ି ଚାଲିଥିଲା ଯୌତୁକଜନିତ ନିର୍ଯାତନା ପୁଷ୍ପାକୁ ସ୍ଵାମୀ ଗୋକୁଳ ଓ ତାଙ୍କ ଶାଶୁ ମା ସନ୍ତରା ମାଝି ଅସହ୍ୟ ଯୌତୁକଜନିତ ନିର୍ଯାତନା ଓ ଅତ୍ୟାଚାର, ଯେତେବେଳେ ନିର୍ଯାତନା ଓ ଅତ୍ୟାଚାର ଅସହ୍ୟ ହେବା ପରେ ୧୩/୦୪/୨୦୧୮ ତାରିଖ ଦିନ ଘରେ ଝୁଲନ୍ତା ଅବସ୍ଥାରେ ପୁଷ୍ପାର ମୃତ ଦେହକୁ ଉଦ୍ଧାର କରିଥିଲା ତୁରେକେଲା ପୁଲିସ, ପୁଷ୍ପାଙ୍କ ଭାଇ ନେତ୍ର ମାଝି ନିଜ ଭଉଣୀକୁ ଯୌତୁକଜନିତ ନିର୍ଯାତନା ଓ ଅତ୍ୟାଚାର କରି ହତ୍ୟା କରିଥିବା ଅଭିଯୋଗ କରିଥିଲେ ତୁରେକେଲା ପୁଲିସ ଠାରେ, ତୁରେକେଲା ପୁଲିସ ୨୪/୧୩,୦୪,୨୦୨୮ କେଶ୍ ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ସ୍ଵାମୀ ଗୋକୁଳ ମାଝି ଓ ଶାଶୁ  ସନ୍ତରା ମାଝି ଶଶୁର ଶତୃଘ୍ନ ମାଝିଙ୍କୁ ଯୌତୁକ ନିର୍ଯାତନା ଦେବା ପାଇଁ ୪୯୮ ( ଏ ) ଯୌତୁକଜନିତ ହତ୍ୟା  ୩୦୪ ( ବି ) ଭାରତୀୟ ଦଣ୍ଡ ବିଧାନ ଧାରା ଅନୁସାରେ ଗିରଫ କରି କୋର୍ଟଚାଲାଣ କରିଥିଲେ ତୁରେକେଲା ପୁଲିସ, ପ୍ରମାଣ ଅଭାବରୁ ଶଶୁର ଶତୃଘ୍ନ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଆଜି କଣ୍ଟାବାଞ୍ଜି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ହିମାଂଶୁ ଶେଖର ମଲ୍ଲିକ ଧାରା ୪୯୮ ( ଏ ) ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ସେହିପରି ଧାରା ୩୦୪ ( ବି ) ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ଫୋର ଡିପି ଏକ୍ଟରେ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ ଦେଇଛନ୍ତି, ଏହି ଘଟଣାରେ ପୁଷ୍ପାଙ୍କ ଶଶୁର ଶତୃଘ୍ନ ମାଝିଙ୍କ ସମ୍ପୃକ୍ତି ନଥିବାରୁ ଶଶୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର ଏଡିଜେ କୋର୍ଟ କଣ୍ଟାବାଞ୍ଜି, ଯୌତୁକଜନିତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ମା ଓ ପୁଅ ଦୁହେଁଙ୍କ ସମ୍ପୃକ୍ତି ଥିବାରୁ ସେଥିପାଇଁ ଦୁହିଁ ଜଣଙ୍କୁ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଥିବା ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି

Leave A Reply

Your email address will not be published.