ବସ୍ତିରେ ପାଣି ପାଇଁ ହନ୍ତସନ୍ତ

କଣ୍ଟାବାଞ୍ଜି ୨୬/୬ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଁଆଲ ଗ୍ରାମପଞ୍ଚାୟତର ଦାବ୍ରୀ ଗାଁ ହରିଜନ ବସ୍ତିରେ ପିଈବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି, ସୂଚନା ଯୋଗ୍ୟ ଯେ ସପ୍ତାହେ ହେଲାଣି ପଡ଼ାର ନଳକୂପ ଅଚଳ ହୋଇଯାଇଛି ଯାହା ଫଳରେ ଲୋକଙ୍କୁ ପିଈବା ପାଣି ପାଇଁ ଡ଼ହକ ବିକଳ ହେବାକୁ ପଡ଼ୁଛି, ଆର.ଡବ୍ଲ୍ୟୁ.ଏସ.ଏସ. ପଦାଧିକାରୀ ମାନଙ୍କୁ ଯୋଗାଯୋଗ କଲେ ତାଙ୍କର ଫୋନ ନମ୍ବର ସୁଇଚ ଓଫ ବତାଉଛି, ଚ୍ଛୋଟିଆ ନଳକୂପ ଟିଏ ସଜାଡ଼ିବା ପାଇଁ ଏତେ କଷ୍ଟ କାହିଁକି..? ଏଥିରୁ ପ୍ରମାଣିତ ହେଉଛି ଯେ କିପରି ଭାବରେ ଏହି ଅଞ୍ଚଳରେ ଜଳ ସେବା କାର୍ଯ୍ୟ କରୁଛନ୍ତି ସରକାରଙ୍କ ସରକାରୀ ପାଉଣାରେ ଚଲୁଥିବା କର୍ମଚାରୀ, ବର୍ତ୍ତମାନ ଗଣମାଧ୍ୟମ ହସ୍ତକ୍ଷେପ ପରେ ନଳକୂପକୁ ସଜାଡ଼ୁଛନ୍ତୀ ନା ନାହିଁ ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.