ଖବର ଆଜିର….ତାରିଖ ୨୭/୦୬/୨୩, ମଙ୍ଗଳବାର
୧-୩୦ ଯାଏଁ ବଢ଼ିଲା +୨ ନାମଲେଖା ଆବେଦନ ଅବଧି। ଅଗଷ୍ଟ ୧ରୁ ହେବ ପାଠପଢ଼ା।
୨-ବ୍ରହ୍ମପୁର: କନ୍ୟା ଯାତ୍ରୀ-ସରକାରୀ ବସ୍ ଧକ୍କା;୧୨ ମୃତ,୧୧ ଗୁରୁତର।
୩-ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଅଧିକ ସକ୍ରିୟ:୨୯ ଯାଏଁ ପ୍ରବଳ ବର୍ଷା ସମ୍ଭାବନା।
୪-ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷାଫଳ, ପାସହାର ୯୧.୭୨%।
୫-ରାଜ୍ୟରେ ବିଭିନ୍ନ ଡାକ୍ତଖାନା ପରିସରରେ ରବିବାର ଖୋଲା ରହିବ ଆହାର କେନ୍ଦ୍ର, ଦିଆଯିବ ୫ ଟଙ୍କିଆ ଆହାର।
୬-ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ ନେବେ ଗ୍ରୁପ-Aରୁ ଗ୍ରୁପ୍-Dର ସମସ୍ତ ସରକାରୀ ଅଧିକାରୀ।
୭-ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି।
୮-ପୁଣି ଭାଇରଲ ହେଲା ଶ୍ରୀମନ୍ଦିର ଭିତର ଭିଡିଓ , ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ।
୯-ପୁରୀ:୨ଘଣ୍ଟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ବନ୍ଦ, ଦର୍ଶନ ନପାଇ ଫେରିଲେ ଭକ୍ତ।
୧୦-କଟକ:ବାହୁଡ଼ା ଓ ସୁନାବେଶ ପାଇଁ ପୁରୀ ଯିବ ସ୍ବତନ୍ତ୍ର ବସ୍।କଟକରୁ ୬୦ ଓ ଭୁବନେଶ୍ୱରରୁ ୬୫ ବସ୍ କୁ ଅସ୍ଥାୟୀ ଅନୁମତି।
୧୧-ପୁରୀ: ନାକଚଣା ଦ୍ଵାରଠାରେ ତିନି ରଥ, ଆଜି ନବମୀ ସନ୍ଧ୍ୟା ଦର୍ଶନ।
୧୨-ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଝାରସୁଗୁଡା ଜିଲ୍ଲାର ଚାଷୀଙ୍କ ମୁହଁରେ ଫୁଟିଲା ହସ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଦୀପାଳି।
୧୩-ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣା : ଓଏସଆରଟିସି ବସ ଚାଳକକୁ ଭୁବନେଶ୍ୱରରୁ ଉଠାଇନେଲା ଦିଗପହଣ୍ଡି ପୁଲିସ।
୧୪-ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇଲେ ୫-ଟି ସଚିବ । ନବୀନ କହିଲେ, ଲୋକଙ୍କ କଥା ବୁଝିବା ପାଇଁ ସଚିବଙ୍କୁ ସେ ପଠାଇଛନ୍ତି । ଏପଟେ ବିରୋଧୀଙ୍କ ଘନଘନ ଆକ୍ରମଣ।
୧୫-୨୮ ତାରିଖରେ ଏକାମ୍ର ପ୍ରକଳ୍ପର ଭୂମିପୂଜା, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
୧୬-ଦିଗପହଣ୍ଡି ବସ୍ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ।
୧୭-ଓଡ଼ିଆ ମହିଳାଙ୍କୁ ସ୍ବାବାଲମ୍ବୀ କରୁଛି ଓଡ଼ିଶା ମିଲେଟ୍ସ ମିଶନ, ଦେଉଛି ସ୍ୱତନ୍ତ୍ର ପରିଚୟ।
୧୮-ସାକ୍ଷୀଗୋପାଳ:ଧାରଣାରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ; ଦେବନୀତି ବନ୍ଦ।
୧୯-ପ୍ଯାନ ଏବଂ ଆଧାର ଲିଙ୍କ୍ ବାଧ୍ୟତାମୂଳକ, ଶେଷ ତାରିଖ ରହିଛି ଜୁନ୍ ୩୦।
୨୦–ପ୍ରବଳ ବର୍ଷାରେ ହିମାଚଳ ପ୍ରଦେଶରେ ହେଲା ଭୂସ୍ଖଳନ, ଫସିଲେ ୨୦୦ରୁ ଅଧିକ ଲୋକେ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏