କୁହିକା ରୁ ରଞ୍ଜନ ବାରିକଙ୍କ ରିପୋର୍ଟ ତା-୨୭/୦୬/୨୩ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡ଼ାଇଙ୍କ ଦୃଢ଼ ନେତୃତ୍ୱରେ ପ୍ରଭାବିତ ହୋଇ ସୁକିନ୍ଦା ଅଞ୍ଚଳର ୩୦ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି।ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସୁକିନ୍ଦା ବିଜୁ ଜନତାଦଳ ସେତିକି ମଜବୁତ ହେବାକୁ ଲାଗୁଛି । ପିମ୍ପୁଡିଆ ପଞ୍ଚାୟତର ବିଜେପି ଦଳର ନେତୃତ୍ବ ନେଉଥିବା ଯୁବନେତା କୈଳାସ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ୨୮ ଜଣ ବିଜେପି ଓ କଂଗ୍ରେସ ଦଳର କର୍ମି ଶ୍ୟାମ ସୁନ୍ଦର ଲାଗୁରୀ ( ପୂର୍ବତନ ପିମ୍ପୁଡିଆ ପଞ୍ଚାୟତ ର କଂଗ୍ରେସ ସରପଞ୍ଚ ପ୍ରାର୍ଥୀ ) ବିକ୍ରମ ଗୋଇଆ ( ପୂର୍ବତନ ପିମ୍ପୁଡିଆ ପଞ୍ଚାୟତ ର କଂଗ୍ରେସ ସମିତିସଭ୍ଯ ପ୍ରାର୍ଥୀ ), ଦ୍ୱିଜେନ୍ଦ୍ର ଘୋଷ ( ୪ ଥର ସ୍ବାଧିନ ବିଧାୟକ ପ୍ରାର୍ଥୀ ) , ଦିନେଶ ରଞ୍ଜନ ନାୟକ ( ବଜରଙ୍ଗ ଦଳର ଜିଲ୍ଲା ସଂଗଠକ ) , ଶୁକଦେବ ନାୟକ, ଶେଷଦେବ ନାୟକ ଧନେଶ୍ଵର ମିଶ୍ର ସମେତ କାଙ୍କଡପାଳ ପଞ୍ଚାୟତ ବିଜେପି ସଭାପତି ପାଣ୍ଡୁ ଜାମଦା ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଏସ.ଆର.ସି.କେ.ଏମ.ଏସ ର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର , ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ବିଦ୍ୟାଧର ପାତ୍ର, ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ଯୁବ ବିଜେଡ଼ି ସଭାପତି ସୁଜିତ ରାଉତ,ୟୁନିୟନ କର୍ମକର୍ତ୍ତା ଭରତ ମହାନ୍ତ, ପ୍ରଭାତ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, କାଙ୍କଡପାଳ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ପରିଡା ,ଯୁବନେତା ସୁକାନ୍ତ ନାୟକ, ବଟକୃଷ୍ଣ ଦାସ, ଗଗନ ମହାନ୍ତ, ତେଜସ୍ବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।