ରାସ୍ତା ସମସ୍ୟା ନେଇ ଜିଲ୍ଲା ପାଳ ଙ୍କୁ ଅଭିଯୋଗ 

କେନ୍ଦ୍ରାପଡ଼ା /ଡେରାବିଶ(ନି. ପ୍ର )ଗାଁ  କୁ ନାହିଁ ପକ୍କା ରାସ୍ତା. ହନ୍ତସନ୍ତ ହେଉଛନ୍ତି ମିର୍ଜା ପାଟଣା ଗ୍ରାମ ବାସି.ଦୀପ ତଳ ଅନ୍ଧାର, ଡେରାବିଶ ବ୍ଲକ ପାର୍ଶ୍ଵ ରେ ଥିବା ଏହି ମିର୍ଜା ପାଟଣା ଗ୍ରାମ ର ତିନି କିଲୋ ମିଟର ଲମ୍ଭl ରାସ୍ତା ବର୍ତମାନ ପାଣି କାଦୁଅ ଭରା. ଯାତାୟାତ  ବାଧା ପ୍ରାପ୍ତ ହେଉଛି.

ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ଗ୍ରାମ ବାସି. ପ୍ରଶାସନିକ ଅଧିକାରୀ ଙ୍କ ନିଷ୍କ୍ରିୟତା ନେଇ ନିଜ ଅସନ୍ତୋଷ ଜାହିର କଲେ.

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯାଳୟ ପାର୍ଶ୍ୱ ରେ ଗୁହାଳ ସିଂହ ପଂଚାୟତ ର ମିର୍ଜା ପାଟଣା ଗ୍ରାମ ଅବସ୍ତିତ. ଦୀପ ତଳ ଅନ୍ଧାର ଭଳି ମିର୍ଜା ପାଟଣା ରାସ୍ତା ପରିସ୍ଥିତି କହିଲେ ନସରେ. ଗ୍ରାମକୁ ପକ୍କା ସଡ଼କ ଟିଏ ନାହିଁ. ନାଲି ମାଟି ପଡ଼ିଥିବା ଏହି ରାସ୍ତା ଅସରାଏ ବର୍ଷା ରେ ଧୋଇ ହୋଇ ଗଲାଣି. ପାଣି କାଦୁଅ ରେ ସର ସର ହେଉଛି ରାସ୍ତା ଟି. ଚାଲି ଚାଲି ଯିବା ଅତ୍ୟନ୍ତ କଷ୍ଟ ସାଧ୍ୟ ହୋଇପଡୁଛି. ପିଲା ସ୍କୁଲ ଯିବା ପାଇଁ ସମସ୍ୟା ଉପୁଜିଛି. ଗାଁ କୁ ଆସିପାରୁନି ଆମ୍ବୁଲାନ୍ସ. ଗାଡି ମୋଟର ଚକା ସ୍ଲିପ କରୁଛି. ଏହି ରାସ୍ତା ଉପରେ ଡେରାବିଶ ବ୍ଲକ ର ପାଞ୍ଚୋଟି ପଂଚାୟତ ଲୋକେ ନିର୍ଭର କରନ୍ତି. ଯାତାୟାତ ର ମୁଖ୍ୟ ମାଧ୍ୟମ ଏହି ତିନି କିଲୋମିଟର ଲମ୍ଭ ର ରାସ୍ତା ଟି ବର୍ତମାନ ଜରାଜୀର୍ଣ ଅବସ୍ଥାରେ ପଡ଼ିରହିଛି. ବିଭାଗୀୟ ଅଧିକାରୀ ଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ  କାହାରି ନଜର ପଡୁନଥିବା କହିଛନ୍ତି ଗ୍ରାମ ବାସି. ଶେଷରେ ଡେରାବିଶ ବ୍ଲକ କାର୍ଯ୍ୟାଳୟ ରେ ଚାଲିଥିବା ଜିଲ୍ଲା ପାଳ ଙ୍କ ଜନଶୁଣାଳୀ କାର୍ଯ୍ୟକ୍ରମ ରେ ଗ୍ରାମ ବାସି ଅଭିଯୋଗ କରିବା ସହ ନିଜ ଅସନ୍ତୋଷ ଜାହିର କରିଥିଲେ. ଦୀର୍ଘବର୍ଷ ର ଏହି ଗ୍ରାମ କୁ ପକ୍କା ରାସ୍ତା ଖଣ୍ଡିଏ ନଥିବା ରୁ ଲୋକେ ନାନାଦି ଅସୁବିଧା ଭୋଗୁଥିବା କହିଛନ୍ତି. ତେବେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବାପରେ କେବେ ଗ୍ରାମ ବାସି ଙ୍କ ଦୁଃଖ ଦୂର ହେବ ଓ କେବେ ଏହି ରାସ୍ତା ଟି ପକ୍କା ରାସ୍ତାରେ ପରିଣତ ହେବ ତାହା ସମୟ ସାପେକ୍ଷ

Reported by

(MANASI MISHRA)

Leave A Reply

Your email address will not be published.