ବସ୍ତି ଉଛେଦ ଅଭିଯାନ ବିରୋଧରେ ଗଣଧାରଣା ଓ ରାସ୍ତାରୋକ

ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରେଲୱେ ଲୋକ କଲୋନୀ ଏରିଆରେ ରହୁଥିବା ଝୁମ୍ପୁଡି ବସ୍ତି ଏବଂ ପୌରାଞ୍ଚଳରେ ଭୁବନେଶ୍ବର ଡେଭଲପମେଣ୍ଟ ଅଥରେଟି ଙ୍କ ଦ୍ବାରା ଉଦ୍ଦିଷ୍ଟ ପାର୍କ ନିର୍ମାଣ ଏରିଆରେ ରହୁଥିବା ଝୁମ୍ପୁଡି ବସ୍ତିବାସିନ୍ଦା ମାନଙ୍କୁ ଉଛେଦ ଅଭିଯାନ ବିରୋଧରେ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନମଥ ରାଉତରାୟ ପ୍ରତିନିଧିତ୍ଵରେ ଏକ ବିରାଟ ଗଣଧାରଣା ଓ ରାସ୍ତାରୋକ ଆନ୍ଦୋଳନ ହୋଇଥିଲା, ଜଟଣୀ   ତହସିଲଦାର ଅଫିସ ସମ୍ମୁଖରେ। ଏହି ଆନ୍ଦୋଳନରେ ବାସଗୃହ କ୍ଷତିଗ୍ରସ୍ତ ମହିଳା, ପୁରୁଷ ଶତାଧିକ କର୍ମୀ ମାନଙ୍କ ସହ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ। ଦିନ ୧୦ ଟା ଠାରୁ ଜଟଣୀ ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଜନ ଆନ୍ଦୋଳନ କାରି। ପ୍ରାୟ ୩ ଘଣ୍ଟା ଆନ୍ଦୋଳନ ଚାଲିଥିଲା। ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନମଥ ରାଉତରାୟ ନିଜର ବକ୍ତବ୍ଯ ରେ କହିଥିଲେ ମାନ୍ୟବର ଜିଲ୍ଲାପାଳଙ୍କୁ ଏବଂ ସନ୍ମାନିୟ ମୁଖ୍ୟ ଶାସନ ସଚିବଙ୍କୁ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଏବଂ ନାଗରିକ କମିଟି ତରଫରୁ ବାରମ୍ବାର ଦାବି ପତ୍ର ଦିଆ ଜାଇଛି ଏବଂ ଉଭୟ ପଦସ୍ତ ଅଧିକାରୀ ହସ୍ତକ୍ଷେପ କରିବା ପରେ ମଧ୍ୟ ଆନ୍ଦୋଳନ କାରିଙ୍କ ଥଇଥାନ ର ବ୍ୟବସ୍ଥା ହେଇ ପାରୁନି ସେଥିପାଇଁ ତହସିଲ ଅଫିସ ଏବଂ ସବ୍ ରେଜେଷ୍ଟ୍ରି ଅଫିସ ତାଲା ପକାଇବୁ। ପରି ଶେଷରେ ପ୍ରଶାସନ ପକ୍ଷରୁ ତହସିଲଦାର ସାହିବାଙ୍କ ଚମତ୍କାର ସହଯୋଗର ହାତ ବଢାଇ ଥିଲେ ଏବଂ ସମ୍ପୁର୍ଣ୍ଣ ସହୋଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ନିଜର ବକ୍ତବ୍ଯ ପ୍ରତିଶୃତି ରେ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କୁ, ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନମଥ ରାଉତରାୟ, ସୁନିଲ୍ ରାଉତରାୟ, ଅଶୋକ ମଙ୍ଗରାଜ, କଳିଙ୍ଗ ସାହୁ ଏବଂ ନୌସର ଅଲିଙ୍କ ଉପସ୍ଥିତ ରେ ନିର୍ବିକାର ଭାବେ ସିଧା ସଳଖ କହିଥିଲେ ମୋତେ ୪୫ ରୁ ଦୁଇମାସ ସମୟ ଦିଅନ୍ତୁ ମୁଁ ସରକାର ଙ୍କର ଜାଗା ମିଶନ ଜରିଆରେ ଆପଣ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଉଛି। ଏତଦ୍ ବ୍ୟତୀତ, ଆପଣ ମୋତେ ସହଯୋଗ କଲେ ଆହୁରି ଶିଘ୍ର ୭ ଦିନ ମଧ୍ୟରେ କରିଦେଇ ପାରିବି, ଏହା ମଧ୍ୟ କହିଥିଲେ। ଜଟଣୀ ନାଗରିକ କମିଟିର ସଭାପତି ସମସ୍ତଙ୍କୁ ସଂବର୍ଦ୍ଧନା ଜଣାଇ ସଭା ସାଙ୍ଗ କରିଥିଲେ।  

Leave A Reply

Your email address will not be published.