ଚିନ୍ମୟୀ  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପର

ବୁଗୁଡା : ତା ୦୧/୦୭/୨୩ : ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ। ସ୍ଥାନୀୟ ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନର ୪ ଜଣ ଛାତ୍ରୀ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ରହିଥିବା ବେଳେ ଛାତ୍ରୀ ଚିନ୍ମୟୀ ସାହୁ ୧୪୦୦ ରୁ ୧୨୩୫ ନମ୍ବର ପ୍ରାପ୍ତ ପୂର୍ବକ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତା ହୋଇପାରିଛନ୍ତି । ଚିନ୍ମୟୀ ଜଗନ୍ନାଥ ପ୍ରସାଦ ନିବାସୀ ସୂର୍ଯ୍ୟନାରାୟଣ ସାହୁ ଓ ବବିତା ସାହୁଙ୍କ କନ୍ଯା ହୋଇଥିବା ବେଳେ ସେ ମାମୁଘର ବୁଗୁଡ଼ାରେ ରହି ପିପୁଲ୍ସ କଲେଜରେ ଅଧ୍ୟୟନ କରୁଥିଲେ । କଲେଜ ପାଇଁ ଗର୍ବ ଓ ଗୌରବ ଆଣିଥିବା ଚିନ୍ମୟୀ ଆଗକୁ ସ୍ନାତକୋତ୍ତର ଅଧ୍ଯୟନ ସହ ସିଭିଲ ସର୍ଭିସ ପରୀକ୍ଷା ଦେଇ ପ୍ରଶାସିକା ହେବାକୁ ଲକ୍ଷ୍ୟ ରଖିଥିବା ନେଇ ପ୍ରକାଶ କରିଛନ୍ତି । ସେହିପରି ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଦଶ ଜଣଙ୍କ ନାମ ତାଲିକାରେ ସ୍ଥାନ ପାଇଥିବା ପିପୁଲ୍ସ କଲେଜର ଅନ୍ଯ ୩ ଜଣ ଛାତ୍ରୀଙ୍କ ମଧ୍ୟରୁ ନନ୍ଦିନୀ ବିଶ୍ବାଳ ୧୨୨୦ ମାର୍କ ରଖି ତୃତୀୟ ସ୍ଥାନ, ଦିପ୍ତିମୟୀ ସ୍ବାଇଁ ୧୧୮୫ ମାର୍କ ରଖି ନବମ ସ୍ଥାନ ଓ ସ୍ମୃତିଶିଖା ପ୍ରଧାନ ୧୧୮୨ ମାର୍କ ରଖି ଦଶମ ସ୍ଥାନ ହାସଲ କରିଛନ୍ତି । ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇଥିବା ଏହି ୪ ଜଣ ଛାତ୍ରୀ ସେମାନଙ୍କର ସଫଳତାର ଶ୍ରେୟ କଲେଜର ଶିକ୍ଷାଦାନ ବ୍ଯବସ୍ଥା ଏବଂ ଅଧ୍ୟାପକଙ୍କ ଭୂମିକାକୁ ଦେଇଥିବା ବେଳେ ୧୯୯୨ ମସିହାରୁ ରାଜନୀତି ବିଜ୍ଞାନ ବିଭାଗରେ ସମ୍ମାନ ବିଷୟ ଥିଲେ ମଧ୍ୟ ପ୍ରଥମ ଥର ପାଇଁ ଚଳିତ ବର୍ଷର ପରୀକ୍ଷା ଫଳ ଇତିହାସ ସୃଷ୍ଟି କରିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥିବା ନେଇ ପିପୁଲ୍ସ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.