ଖବର ଆଜିର…ତାରିଖ ୦୩/୦୭/୨୦୨୩ ସୋମବାର
୧- ମହିଳା କିରାଣୀଙ୍କୁ ଆକ୍ରମଣ ଘଟଣାର ତଦନ୍ତ କଲେ ଟିମ; ସିଡିପିଓଙ୍କ ନିଲମ୍ବନ ଓ ଗିରଫ ଦାବୀ କଲା ଅମଲା ସଂଘ ।
୨- ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା। ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷା ସମ୍ଭାବନା।
୩- ମହାରାଷ୍ଟ୍ରରେ ମହାନାଟକ । ଏନସିପିର ବରିଷ୍ଠ ନେତା ଅଜିତ ପାୱାର ବିରୋଧୀ ଦଳ ନେତା ପଦ ଛାଡ଼ି ଅନେକ ବିଧାୟକଙ୍କ ସହ ଏନଡିଏରେ ସାମିଲ ।ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।
୪- ପେଟପାଟଣା ପାଇଁ ମୁମ୍ବାଇ ଯାଇଥିଲେ କନ୍ଧମାଳ ବାଲିଗୁଡା ଡହଲପଡିର ଅଙ୍ଗଦ ମଲ୍ଲିକ, ଦୁର୍ବୃତଙ୍କ ଆକ୍ରମଣରେ ହରାଇଲେ ହାତ।
୫- ବଡିବିଲ୍ଡର ଜୋଷ୍ଟେଟିକ୍ସଙ୍କ ୩୦ ବର୍ଷରେ ଆଶ୍ଚର୍ଯ୍ୟଜନକ ମୃତ୍ୟୁ, ଇନଷ୍ଟାରେ ୮୦ ଲକ୍ଷ ଲୋକଙ୍କୁ ଦେଉଥିଲେ ଫିଟନେସ୍ ଟିପ୍ସ ।
୬- ‘ଆଗାମୀ ନିର୍ବାଚନ ଏନସିପିର ଚିହ୍ନରେ ଲଢ଼ିବୁ’: ଦଳରେ ବିଦ୍ରୋହ ପରେ ଅଜିତ ପାୱାରଙ୍କ ଘୋଷଣା।
୭- ସାତ କୋଟି ଠକେଇ ଅଭିଯୋଗରେ ସିବିଆଇ ରେଡ୍: ଭୁବନେଶ୍ୱର ଦ୍ୱାରିକା ଜୁଏଲାରୀ ମାଲିକ ଓ ସହଯୋଗୀଙ୍କ ଘରେ ଚଢ଼ାଉ।
୮- ଭୁବନେଶ୍ବର କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗିଲା । ବିନା ଅନୁମତିରେ ପାଚେରୀ ଭଙ୍ଗାଯାଇଥିବା ଏଏସଆଇର ଅଭିଯୋଗ । ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ ପାଚେରୀ ଭାଙ୍ଗିଲେ ଠିକାଦାର ।ଡ୍ରେନ ନିର୍ମାଣ ପାଇଁ ପାଚେରୀ ଭଙ୍ଗା ଯାଇଥିବା ସ୍ଥାନୀୟ କର୍ପୋରେଟରଙ୍କ ସୂଚନା।
୯- ଟ୍ୱିଟର ଟ୍ଵିଷ୍ଟ – ଅସୀମିତ ବାର୍ତ୍ତା ପ୍ରେରଣ ଓ ପଢିବା ଉପରେ ଲାଗିଲା ସାମୟିକ କଟକଣା.. ଦିନକୁ ୬ ହଜାର ପୋଷ୍ଟ ପଢ଼ି ପାରିବେ ଭେରିଫାଏଡ ଆକାଉଣ୍ଟ, ଅନ୍ ଭେରିଫାଏଡଙ୍କ ପାଇଁ ୬୦୦ ଓ ନୂତନ ବ୍ୟବହାରକାରୀ ପଢ଼ିପାରିବେ ୩୦୦ ପୋଷ୍ଟ ।
୧୦- ‘‘ପ୍ରିୟେ ତୁ ମୋ ସିଏ’ ଚଳଚ୍ଚିତ୍ର ବିରୋଧରେ ଥାନାରେ ଏତଲା; ଦଳିତ ସମାଜକୁ ଆକ୍ଷେପ ଅଭିଯୋଗ ।
୧୧- ବ୍ରିଟେନରେ ବଢୁଛି ବର୍ଣ୍ଣବୈଷମ୍ୟ, ମୁଁ ପ୍ରତିଦିନ ସାମନା କରୁଛି’: ରିଷି ସୁନକ।
୧୨- ଗୁଜରାଟର ୭ ଜିଲ୍ଲାରେ ବନ୍ୟା ପରିସ୍ଥିତି, ୩୦ ଘଣ୍ଟା ମଧ୍ୟରେ ଗଲାଣି ୧୦ ଜୀବନ।
୧୩- ଅଭିଯୋଗ ପ୍ରତ୍ୟାହାର କରିନିଅ, ନ ହେଲେ ଜଣ ଜଣ କରି ପରିବାରର ସଦସ୍ୟମାନଙ୍କୁ ମାରି ଟାଙ୍ଗି ଦେବୁ: ଡିଜେ ଆଜେକ୍ସଙ୍କ ପରିବାରକୁ ଧମକ।
୧୪- ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ଖୋର୍ଦ୍ଧା ପାସେଞ୍ଜର, ୩ ଘଣ୍ଟା ପରେ ଅନ୍ୟ ଇଞ୍ଜିନ ଲାଗି ଆଗକୁ ଗଡ଼ିଲା, ଯାତ୍ରୀ ହେଲେ ହନ୍ତସନ୍ତ।
୧୫- ମଣିପୁରରେ ଉଗ୍ର ହେଲା ହିଂସା । ସନ୍ଦିଗ୍ଧ ବିଦ୍ରୋହୀ କଲେ ଆଖିବୁଜା ଗୁଳିମାଡ, ୩ମୃତ।
୧୬- ବଲିଉଡ ଅଭିନେତା ହରିଶ ମାଗନଙ୍କ ପରଲୋକ: ଅନେକ ହିଟ୍ ଫିଲ୍ମରେ କରିଥିଲେ ଅଭିନୟ ।
୧୭- ଆସେସ୍ ସିରିଜ: ବେନ୍ ଷ୍ଟୋକସ୍ଙ୍କ ଲଢୁଆ ଇନିଂସ ବେକାର୍, ଲର୍ଡସ୍ ଟେଷ୍ଟକୁ ୪୩ ରନରେ ଜିତି ନେଲା ଅଷ୍ଟ୍ରେଲିଆ।
୧୮- ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ପୋଷାକ: ଆସନ୍ତା ୧୫ ସୁଦ୍ଧା ସ୍କୁଲରେ ପହଞ୍ଚିବ ପୋଷାକ, ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ଓ ମିଶନ ଶକ୍ତି ବିଭାଗର ଚିଠି।
. 🙏 ସୁପ୍ରଭାତ ,ଶୁଭ ସକାଳ 🙏