ଠକ ଡ଼ାକ୍ତର ସାମଲଙ୍କ ବିରୁଦ୍ଧରେ ଏତଲା ପ୍ରସ୍ତୁତି 

କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ସେତେବେଳେ ନକଲି ଔଷଧ ପ୍ରସ୍ତୁତକୁ ନେଇ ସହରରେ ଦଙ୍ଗା ମୋଡ଼ ନେଇଥିଲା, ଏଭଳି ଅନେକ ନକଲି ଔଷଧ. ନକଲି ସେମ୍ଫୁ. ନକଲି ତେଲ. ନକଲି ନୋଟ. ନକଲି ମଦ ଟିଫି ଏଭଳି ଅନେକ ଘଟଣା କଣ୍ଟାବାଞ୍ଜିରେ ଧରା ପଡ଼ିଛନ୍ତି ଓ ରାଜ୍ୟ ବ୍ୟାପୀ ଚହଳ ମଚାଇଛି ବଲାଙ୍ଗିର ଜିଲ୍ଲା, ବର୍ତ୍ତମାନ ପୁଣିଥରେ ନକଲି ଠକ ଡ଼ାକ୍ତରକୁ ନେଇ ପୁଣିଥରେ ରାଜ୍ୟ ସ୍ତରୀୟ ଚର୍ଚ୍ଚା ପରିସରକୁ ଆସିଛି ବଲାଙ୍ଗିର ଜିଲ୍ଲା, ସଂପ୍ରତି ପାଟଣାଗଡ଼ ଉପଖଣ୍ଡରେ ଖପ୍ରାଖୋଲ ଓ ଲାଠୋର ଥାନା ଅଞ୍ଚଳରେ ବଙ୍ଗୀୟ ନକଲି ଠକ ଡ଼ାକ୍ତରଙ୍କୁ ପୁଲିସ ଠାବ କରି ଗିରଫ ଉତ୍ତାରୁ  ଧରପଗଡ଼ ଅଭିଯାନରେ ପାଟଣାଗଡ଼ ସହରରେ ଦୀର୍ଘବର୍ଷ ଧରି ଅଖଣ୍ଡ ରାଜତ୍ବ ଚଳାଇ ଆସୁଥିବା ନକଲି ବଙ୍ଗୀୟ ଡ଼ାକ୍ତର ଦେବାଶିଷ ସାମଲ ବିରୁଦ୍ଧରେ ଜନସ୍ବାର୍ଥ ଦୃଷ୍ଟିରୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ସମେତ ସ୍ଥାନୀୟ ପାଟଣାଗଡ଼ ଥାନାରେ ଲିଖିତ ଆକାରରେ ଏତଲା ଦେବାକୁ ଏକ ସଂଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି ସୂଚନା ମିଳିଛି, 

ଆଶ୍ଚର୍ଯ୍ୟର ବିଷୟ ଯେ, ବାହାରୁ ଆସି ଜଣେ ସ୍ଥାନୀୟ ଝିଅକୁ ବିବାହ କରି ଏଠାରେ ସ୍ଥାୟୀ ବାସିନ୍ଦା ପାଲଟି ଯାଇଥିବା ଏହି ବଙ୍ଗୀୟ ନକଲି ତଥାକଥିତ ଡ଼ାକ୍ତରଙ୍କୁ ପୁଲିସ. ପ୍ରଶାସନ. ସରକାର ଓ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ଡ୍ୟୁଟିରେ ଅନ୍ତର୍ଭୁକ୍ତ କରି ଦୀର୍ଘ ବର୍ଷ ଧରି ଆସୁଥିଲେ ହିଁ, ତାହାର ଚିକିତ୍ସା କରିବାର ଯୋଗ୍ୟତା ସମ୍ପର୍କରେ ଅନୁସନ୍ଧାନ କରାଯାଉ ନାହିଁ, ଅଲଟରନେଟିଭ ମେଡ଼ିସିନର ଚିକିତ୍ସକ ନାଁ’ରେ ସେ ଏଲୋପାଥି ଓ ଔଷଧ, ଇଞ୍ଜେକସନ ଦେଇ, ବେଆଇନ ଗର୍ଭପାତ କରି ଏକ ବିରାଟ କ୍ଲିନିକ ସ୍ଥାପନ କରି ତ୍ରୁଟିପୂର୍ଣ୍ଣ ଚିକିତ୍ସା ଚଳାଇ ଆସୁଛନ୍ତି ଯାହା ରୋଗୀ ଶୋଷଣ କରିଆସୁଛି କହିଲେ ଅତ୍ୟୁକ୍ତି ହେବନାହିଁ,  ଏପରିକି ଗତ କୋଭିଡ଼ ୧୯  ବେଳେ ଓ ଅନ୍ୟ ସମୟରେ ଡ଼ାକ୍ତରଙ୍କ ଷ୍ଟ୍ରାଇକ ଆଦିବେଳେ ପାଟଣାଗଡ଼ ଉପଖଣ୍ଡ ସରକାରୀ ହସପିଟାଲରେ ତାଙ୍କୁ ରୋଗୀ ଚିକିତ୍ସା ପାଇଁ ନିୟୋଜିତ କରାଯାଇଥିବା ଓ ସେ ବେକରେ ଷ୍ଟେଥୋ ପକାଇ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବେଡ଼ ହେଡ଼ ଟିକେଟ ପଟାରେ ପ୍ରେସ-କ୍ରିପ-ସନ ଲେଖୁଥିବା ଦେଖାଯାଇଥିଲା, ସେହିପରି ମାଓ ପ୍ରତିରୋଧ ପାଇଁ ନିୟୋଜିତ ସଶସ୍ତ୍ର ପୁଲିସ ବଳର ଗ୍ରାମୀଣ ସ୍ବାସ୍ଥ୍ୟ ଶିବିର ମାନଙ୍କରେ ତାକୁ ଡ଼କାଯାଇ ଚିକିତ୍ସା ସୁଯୋଗ ଦିଆଯାଇଥିବା ଘଟଣାର ପେପର କଟିଙ୍ଗ ରଖି ସେ ତା ଯୋଗ୍ୟତାର ପ୍ରମାଣପତ୍ର ବୋଲି ପେଶ୍ କରିଆସୁଛି,  ସେ ରଖି ଚଢ଼ିବୁଲୁଥିବା ନାମି ଦାମୀ ଗାଡ଼ିରେ ମଧ୍ୟ ଜରୁରୀ ଡ଼ାକ୍ତରୀସେବା ବା ଆମ୍ବୁଲାନ୍ସ ପରି ଘୂର୍ଣ୍ଣାୟମାନ ନୀଳବତୀ ଖଞ୍ଜିଛି, ଏଥିର ବର୍ଷ ବର୍ଷର ପ୍ରଚୁର ଉପାର୍ଜନରେ ଜାଗାଜମି କିଣି କୋଠାବାଡ଼ି କରି ଘରେ ଏକ ବଡ଼ କ୍ଲିନିକ ବା ଚିକିତ୍ସାଳୟ ଖୋଲି ରୋଗୀ ଚିକିତ୍ସା ନାଁ’ରେ ରୋଗୀ ମାନଙ୍କୁ ଶୋଷଣ କରିଆସୁଛି,

ଏଠାରେ ପ୍ରଶ୍ନ ଉଠୁଛି ଯେ. ଯଦି ଉକ୍ତ ତଥାକଥିତ ବଙ୍ଗୀୟ ଡ଼ାକ୍ତର ଦାବି କରୁଥିବା ଅଲଟରନେଟିଭ ମେଡ଼ିସିନ୍ ଅଛି. ତେବେ ଭୀମଭୋଇ ମେଡ଼ିକାଲ କଲେଜ. ବୁର୍ଲା ଭୀମସିର୍. ବା କଟକର ଏସସିବି. ଭୁବନେଶ୍ବରର ଏମ୍ସ ଆଦିରେ ଏହାର ଏକ କୋର୍ସର ପ୍ରଚଳନ କରାଯାଉ ନାହିଁ କାହିଁକି..?  ଇତ୍ୟାଦି ଉକ୍ତ ଏତଲାରେ ଉଲ୍ଲେଖ କରା ଯାଇଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ,

ସର୍ବୋପରି ଏପରି ଜଣେ ତଥାକଥିତ ବଙ୍ଗୀୟ ଠକ ଡ଼ାକ୍ତରଙ୍କୁ ସ୍ଥାନୀୟ ପ୍ରଶାସନ. ରାଜନେତା. ଲୋକପ୍ରତିନିଧି. ପ୍ରଭାବଶାଳୀ ସାମ୍ବାଦିକ. ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଦାୟୀ,  ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଉପଖଣ୍ଡରେ ଏବେ ୩ ଜଣ ଏଭଳି ନକଲି ବଙ୍ଗୀୟ ଡ଼ାକ୍ତରଙ୍କୁ ପୁଲିସର ଗିରଫ ଘଟଣାପରେ ବି ଏହି କୋଟିପତି ଠକବୈଦ୍ୟ ବା କ୍ବାକ ପ୍ରତି  କେତେକ ଅଧିକାରୀ. ବରିଷ୍ଠ ପୁଲିସ ଅଧିକାରୀ. ପ୍ରଶାସନିକ ଅଧିକାରୀ. ମେଡ଼ିକାଲ ରିପ୍ରେଜେଣ୍ଟିଭ. ବଲାଙ୍ଗିରର କେତେକ ବ୍ୟକ୍ତି ଓ ଗୁଣ୍ଡା ଅସାମାଜିକ ଶ୍ରେଣୀର ଲୋକଙ୍କର ଅକୁଣ୍ଠ ସମର୍ଥନ ରହିଥିବାରୁ ଆଇନର ହାତ ପହଞ୍ଚିବା ପାଇଁ କଷ୍ଟକର ହେଉଥିବା ଆଲୋଚନା ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ନକଲି ଡ଼ାକ୍ତର ଧରପଗଡ଼ରେ ପକ୍ଷପାତିତା କାହିଁକି କରାଯାଉଛି..? 

ଏଣୁ ଜିଲ୍ଲାପାଳ. ଆରକ୍ଷୀ ଅଧିକ୍ଷକ ଓ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଜନସାଧାରଣ ଦାବି କରିଛନ୍ତି,

Leave A Reply

Your email address will not be published.