ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ଗୁରୁ ପୂର୍ଣ୍ଣିମା ପାଳିତ 

ସିନାପାଲି:୦୪/୦୭-ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଛି। ପ୍ରଥମେ ସକାଳୁ ସାମୁହିକ ଜପ କରାଯାଇଥିବା ବେଳେ ପୂର୍ବାହ୍ଣରେ ପାଂଚ କୁଣ୍ତୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞ କାର୍ଯ୍ଯକୁ ଅଙ୍କିତା ମେହେର ଓ ନମିତା ମେହେର ପରିଚାଳନା କରିଥିଲେ। ଏଥିସହ ସଂଧ୍ଯାରେ ଅନୁଷ୍ଠିତ ଦୀପଯଜ୍ଞରେ ମଧୁ ପାତ୍ର ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏହି କାର୍ଯ୍ଯକ୍ରମକୁ ଟୋଲି ମୁଖ୍ଯ ତରୁଣ କୁମାର ମେହେର,ତ୍ରିନାଥ ମେହେର,ସନ୍ତୋଷ ନାୟକ,ଜିତେଂଦ୍ର ମେହେର,ଚୂଡ଼ାମଣି ମେହେର,ହରେକୃଷ୍ଣ ମେହେର,ସତ୍ଯବାନ ମେହେର ପରିଚାଳନା କରିଥିଲେ। ଚଳିତ ଶ୍ରାବଣ ମାସ ଉପଲକ୍ଷେ ଆଜିଠାରୁ ମନ୍ଦିରରେ ଚାଳିଶି ଦିନିଆ ଅନୁଷ୍ଠାନର ଆରମ୍ଭ ହେବ,ଯେଉଁଥିରେ ସଂକଳ୍ପ ନେଇଥିବା ଚାରିଜଣ ଶ୍ରଦ୍ଧାଳୁ ପିଙ୍କି,ମିକି,ଡେଜି,ରୋଜି ଚାଳିଶିଦିନ ଧରି ସାଧନା କରିବେ ବେଲି ମନ୍ଦିର କମିଟି ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ଯ ଯେ,ଗତ ଗୌରବମୟ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପର ଠାରୁ ଏଠାରେ କ୍ରମାଗତ ବିଭିନ୍ନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଆସୁଛି ଏବଂ ଏହିସବୁ କାର୍ଯ୍ଯକ୍ରମରେ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ସାମିଲ ହେଉଛନ୍ତି। ଆଜିର କାର୍ଯ୍ଯକ୍ରମ ଆୟୋଜନରେ ହିରାଲାଲ ଅଗ୍ରୱାଲ,ମୁନେଶ ଅଗ୍ରୱାଲ,ଦିନେଶ ମେହେର ସହଯୋଗ କରିଥିବା ବେଳେ ଅନ୍ଯମାନଙ୍କ ମଧ୍ଯରେ ତୁଳସୀରାମ ମେହେର,ମଦନ ଅଗ୍ରୱାଲ,ହରିଓମ ଜିନ୍ଦଳ,ଶିବପ୍ରସାଦ ମେହେର,ରାଧେଶ୍ଯାମ ଜିନ୍ଦଳ,ନିଲାଂଚଳ ମେହେର ପ୍ରମୁଖଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Leave A Reply

Your email address will not be published.