ଯୁଗ୍ମ ଅଭିଯୋଗ ଶୁଣାଣୀ

କେନ୍ଦୁଝର, ତା ୦୩.୦୭. ତା୦୩.୦୭.୨୦୨୩ ରିଖ ସୋମବାର ଦିନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍‌.ପି. ନୀତିନ କୁଶଲକରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲ୍‌ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୨୧୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୮୯ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୨୫ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୧୮୭ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଡି.ଏଫ୍‌.ଓ ଧନରାଜ ଏଚ୍‌.ଡି., ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପିଏ ଆଇଟିଡିଏ କେନ୍ଦୁଝର ତପନ କୁମାର ନାଏକ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଏସ୍‌.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର (ଆପତକାଳୀନ) ସୁରଞ୍ଜିକା ବେହେରା, ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀ, କେନ୍ଦୁଝର ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ଏବଂ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ଜିଲ୍ଲାସ୍ତରୀୟ/ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ
ସହାୟତା ପାଇଁ ୩୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା ଏବଂ ଜଣେ ହିତାଧିକାରୀଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ,
କେନ୍ଦୁଝର

Leave A Reply

Your email address will not be published.