ଦରବୃଦ୍ଧି ବନ୍ଦ କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ –ସି,ପି.ଆଇ( ଏମ)

ଜଳେଶ୍ୱର,୬/୭(ନ.ନ୍ୟୁ.ସ)-ଦରବୃଦ୍ଧି ଉପ଼ରେ ରୋକ ଲଗାଇବା ପାଇଁ ସି.ପି.ଆଇ( ଏମ) ଜଳେଶ୍ଵର ଲୋକାଲ କମିଟି ତରଫରୁ ଏକ ପଟୁଆର ପାର୍ଟି କାର୍ଯ୍ୟାଳୟରୁ ବାହାରି  ହାଟ ଛକ ଠାରେ ପ୍ରତିବାଦ ସଭା ଏବଂ ପରେ ବି.ଡ଼ି.ଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ପରିବା ଓ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ଯର ଦରବୃଦ୍ଧି ଚ଼ରମସୀମାରେ ପହଞ୍ଚିଛି । ଡ଼ାଲି,ତେଲ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ସୀମା ଟପିଥିଲା ବେଳେ ଏବେ ପରିବା ଦର ରେ ନିଆଁ ଲାଗି ହାଣ୍ଡିଶାଳ ଅଚଳ ହେବାରେ ଲାଗିଛି। ଟମାଟୋ କିଲୋ ୧୩୦ ଟଙ୍କା, ଲଙ୍କା କିଲୋ ୩୫୦ ଟଙ୍କା, ବାଇଗଣ କିଲୋ ୮୦ ଟଙ୍କା, ଅଦା କିଲୋ ୩୫୦ ଟଙ୍କା ସହ ଅନ୍ୟାନ୍ୟ ପରିବା ଦର ଆକାଶ ଛୁଆଁରେ ପହଞ୍ଚିଛି । ସାଧାରଣ ଗରିବ ଲୋକଟିଏ ଭାତ ସାଙ୍ଗରେ କିଛି ନ ପାଇଲେ ବି ଟମାଟ ଚ଼ଟଣୀ ସହ କଞ୍ଚାଲଙ୍କା ଦେଇ ତା ଭୋକ ମେଣ୍ଟାଏ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଭୋଟ ବେଳେ ଦରବୃଦ୍ଧିର କଥା ମନେପଡ଼େ । ଶୀତଳଭଣ୍ଡାର ନାହିଁ ବୋଲି ଚାଷୀ ତାର ଫସଲ ଅତି କମ ଦରରେ ବିକ୍ରି କରିବାକୁ ବାଧ୍ୟ ହୁଏ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲ ଦର କମିଥିଲେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ ଡ଼ିଜେଲ ଦର କମାଉ ନାହାନ୍ତି । ତେଣୁ ପରିବହନ ପାଇଁ ଦର ବଢୁଛି । ଏଣୁ ତୁରନ୍ତ ଶୀତଳ ଭଣ୍ଡାର ଖୋଲିବା, ଖାଉଟୀଙ୍କୁ ରେସନ ଜରିଆରେ ପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ଏବଂ ଯେଉଁ କଳାବଜାରି ମାନେ ଜିନିଷ ମହଜୁତ କରି ରଖିଛନ୍ତି ତା ଉପରେ ଚଢ଼ାଉ କରି ତୁରନ୍ତ ଦରବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ସି.ପି.ଆଇ( ଏମ) ଦାବୀ କରିଛି । ଅବିଳମ୍ବେ ଦରବୃଦ୍ଧି ନିୟନ୍ତ୍ରଣ ନ କଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବକ୍ତାମାନେ  ଚେତାବନୀ ଦେଇଛନ୍ତି ।ସଂପାଦକ ଦିଲ୍ଲିପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଶିଶିର ଦୁଇ, ଦିପ୍ତିମାନ ଆଚାର୍ଯ୍ୟ, ପଲଟୁ ଦାସ, ରବିନ୍ଦ୍ର ବାରିକ, ଜୀବନ ପରିଡ଼ା,ସବିତା ଭୂୟାଁ, ପୂର୍ଣ୍ଣ ସିଂ, ନରେନ ସିଂ,ବିଜୟ ରାମ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ପରେ ଜଳେଶ୍ୱର ଏ.ବି.ଡ଼ି.ଓ ଦିବ୍ୟସିଂହ କହଁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରା ଯାଇଥଲା।

Leave A Reply

Your email address will not be published.