ବିଜେଡି ବାଛିଲା ନୂଆ ଜିଲ୍ଲା ସଭାପତି

ଭୁୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଟି ଜିଲ୍ଲାରେ ଦଳର ନୂଆ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ୩ଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି । ଢ଼େଙ୍କାନାଳ ଜିଲ୍ଲା ସଭାପତି ଭାବେ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଦେବୀ ପ୍ରସାଦ ଭୂତିଆଙ୍କୁ ନିଯୁକ୍ତି ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ଜିଲ୍ଲା ସଭାପତି ଭାବେ ଝିନା ହିକକା ଏବଂ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଗୁପ୍ତା, ବରଗଡ଼ ଜିଲ୍ଲା ସଭାପତି ଭାବେ ପ୍ରଭାସ କୁମାର ସିଂହ ଏବଂ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର(ଜାପାନୀ), ରାଉରକେଲା ଜିଲ୍ଲା ସଭାପତି ଭାବେ ହାଲୁ ମୁଣ୍ଡାରି ଏବଂ ଝାରସୁଗୁଡ଼ା ଜିଲ୍ଲା ସଭାପତି ଭାବେ ରବି ସିଂହ ନିଯୁକ୍ତି ପାଇଛନ୍ତି । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ୍ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି ।

Leave A Reply

Your email address will not be published.