ଜଟଣୀରେ ବିଦ୍ୟୁତ ଉପଭୋକ୍ତା ହଟହଟା

ବିଦୁତ୍ ମଣିଷର ଏକ ଅଙ୍ଗ ସଦୃଶ୍ୟ। ଯେବେ ଠାରୁ ଜଟଣୀର ବିଦୁତ୍ ବ୍ୟବସ୍ଥା ଟାଟା ପାୱାର ହାତକୁ ଯାଇଛି ସେବେଠାରୁ ଗଲାଣି ସେହି ଦିନଠାରୁ ସାଧାରଣ ଉପଭୋତା ନାହିଁ ନଥିବା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଥା, ବାରମ୍ବାର ବିଦୁତ୍ କାଟ୍, ଠିକ୍ ସମୟରେ ମିଟର ହିସାବ ନ ଦେବା, ପ୍ରତି ମାସରେ ମିଟର ହିସାବ ନେବା କଥା କିନ୍ତୁ ମନଇଛା ଦେଢ ମାସ ଦୁଇ ମାସ ଅନ୍ତରରେ ମିଟର ହିସାବ ନିଆଯାଉଛି। ଯୋର୍ ଜବରଦସ୍ତ ଭଲ ମିଟର କାଢି ଯେଉଁ ମିଟର କମ୍ପାନୀ ମୋଟାଅଙ୍କର ମାଲ ଦେଉଛି ସେହି ଭଳି ମିଟର ଳଗାଉଛନ୍ତି। ଉପଭୋକ୍ତାଙ୍କ ପାଖରେ  ବକୟା ଟଙ୍କା ରହିଥିଲେ ଧମକାଇ ଟଙ୍କା ଆଦାୟ କରିବା। ଉପଭୋକ୍ତା ମାନଙ୍କର କିଛି ଜରୁରୀ କାଳୀନ ସମସ୍ୟା ପାଇଁ ଗଲେ କିଛି ତଳିଆ ଇଂଜିନିୟର୍ସଙ୍କର ବ୍ୟବହାର ଅତି ଅସହ୍ୟ। କେତେବେଳେ ଲୋଭୋଲ୍ଟେଜ୍ ତ କେତେବେଳେ ହାଇ ଭୋଲ୍ଟେଜ୍, ସେଥିପାଇଁ   ଅନେକ ଉପଭୋକ୍ତା ଙ୍କର ପଂଖା,ବଲ୍ଲବ ନଷ୍ଟ ହେଇ ଯାଉଛି। ଏହିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବିଦୁତ୍ ଉପଭୋକ୍ତା ମାନଙ୍କୁ। ସେହି ସବୁ ସମସ୍ୟାକୁ ସାମ୍ନାରେ ରଖି ଗତ ବୁଧବାର ଦିନ ଜଟଣୀ ବିକାଶ ପରିଷଦ ତରଫରୁ ଏବଂ ଶ୍ରୀ ବିଜୟ ଛୋଟରାୟ, ସୁଦର୍ଶନ ସୁନ୍ଦରାୟ ଙ୍କ ସହୋଯୋଗ ରେ ବିକାଶ ପରିଷଦର କର୍ମକର୍ତ୍ତା, କିଛି ବୁଦ୍ଧିଜିବୀ ଆଉ ମହିଳା, ପୁରୁଷ ମାନଙ୍କୁ ନେଇ ଏକ ସୋଭା ଯାତ୍ରା ସହ ଜଟଣୀ ବିଦୁତ୍ ବିଭାଗର ଉପବିଭାଗ ଅଧିକାରୀ ଙ୍କୁ ଏକ ମାନପତ୍ର ପ୍ରଦାନ କରିଥିଲେ ଏବଂ ମୌଖିକରେ ସମସ୍ତ ସମସ୍ୟାର ବିବରଣୀ ସୁଣାଇଲେ।

Leave A Reply

Your email address will not be published.