ବ୍ରହ୍ମପୁର ଆରସିସିଏଫ ଭାବେ ଦାୟିତ୍ୱ ନେଲେ ସଞ୍ଜୟ କୁମାର ସ୍ୱାଇଁ

ବ୍ରହ୍ମପୁର-07//07 ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୯ ବ୍ୟାଚଚର ଭାରତୀୟ ବନ ସେବା ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ। ଏହା ପୂର୍ବରୁ ସେ ଭୂବନେଶ୍ୱର ଅରଣ୍ୟ ଭବନ ସ୍ଥିତ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ଥିବା ପ୍ରଶାନ୍ତ କୁମାର ମିଶ୍ର ଗତ ମାସରେ ଅବସର ଗ୍ରହଣ କରିବା ପରେ ଏହି ପଦବୀଟି  ଖାଲି ପଡିଥିଲା। ଆଜି ସକାଳ ସମୟରେ ଗଞ୍ଜାମର ଅଧିଷ୍ଟାତ୍ରୀ ଦେବୀ ମା ତାରାତାରିଣୀଙ୍କ ଆର୍ଶିବାଦ ନେବାପରେ ସ୍ଥାନୀୟ କୋର୍ଟପେଟା ସ୍ଥିତ କାର୍ଯ୍ୟାଳୟରେ ଆସି ଦାୟିତ୍ୱ ଭାର ଗ୍ରହଣ କରିଥିଲେ ସଞ୍ଜୟ କୁମାର ସ୍ୱାଇଁ। ନୂତନ ଆରସିସିଏଫଙ୍କ ଦାୟିତ୍ୱ ଭାର ଗ୍ରହଣ ସମୟରେ ଡିସିଏଫ ରମା ରଞ୍ଜନ ପଟ୍ଟନାୟକ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର, ଉତ୍ତର ଘୁମୁଷର ବନଖଣ୍ଡ ଅଧିକାରୀ ସୁଦର୍ସନ ବେହେରା, ପାରଲା ଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦଙ୍କ ସମେତ ଫୁଲବାଣି, ବାଲିଗୁଡା ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ଅତିରିକ୍ତ ବନ ସଂରକ୍ଷକମାନେ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ସହିତ ବ୍ରହ୍ମପୁର ଓଏଫଡିସିର ଜେନେରାଲ ମ୍ୟାନେଜର ଭାବେ ଶ୍ରୀ ସ୍ୱାଇଁ ଅତିରିକ୍ତ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ ସ୍ୱାଇଁ ପ୍ରୋଭିଜିନାରି ଅଧିକାରୀ ଭାବେ ବ୍ରହ୍ମପୁର ବନଖଣ୍ଡରେ ସେ କାର୍ଯ୍ୟ କରଥିବା କହିଛନ୍ତି।

Leave A Reply

Your email address will not be published.