ଖବର ଆଜିର….ତାରିଖ ୦୮/୦୭/୨୩, ଶନିବାର
୧-ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।
୨-ଗ୍ରାମାଞ୍ଚଳରେ ନିର୍ମାଣ ହେବ ଦୁଇଟିକିଆ ସଡ଼କ: ଖର୍ଚ୍ଚ ହେବ ୫ ହଜାର କୋଟି ଟଙ୍କା।
୩-ରାଜ୍ୟରେ ମୌସୁମୀ ସକ୍ରିୟ, ଉପକୂଳ ଓ ଆଭ୍ୟନ୍ତରୀଣରେ ବର୍ଷିବ।
୪-ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ପ୍ରସଙ୍ଗ: ଏଣିକି ପ୍ରତି ୧୫ ଦିନରେ ହେବ ସମୀକ୍ଷା।
୫-ଭୁବନେଶ୍ୱର:’ନବଦମ୍ପତି କିଟ୍ ଭେଟି’ ;୩୦ ଜିଲ୍ଲାରେ ଜାରି ରହିଛି ବଣ୍ଟନ।’
୬-୫-ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର, ଖର୍ଚ୍ଚ ହେବ ୧୮ କୋଟି ଟଙ୍କା।
୭-ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ, ୬ଜଣ ଆଇପିଏସ ଅଧିକାରୀଙ୍କୁ ମିଳିଲା ନୂଆ ନିଯୁକ୍ତି।
୮-ଭୁବନେଶ୍ୱର:ଲୁଟ୍ର ନୂଆ ଟେକନିକ୍; ବିବାହ ଭୋଜି ଖାଇଲା, ଗିଫ୍ଟ ଓ ଟଙ୍କା ବ୍ୟାଗ୍ ଧରି ଚୋର ମାରିଲା ଛୁ।
୯-ରାଜ୍ୟର ୯ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ,୬ ଜଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ।
୧୦-ଡ. ଅଚ୍ୟୁତ ସାମନ୍ତଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ।
୧୧-ବାହାନଗା ରେଳ ଦୁର୍ଘଟଣା: ଜାଣିକି ଅପରାଧ ଘଟାଇଥିବା ଅଭିଯୋଗରେ ୩ ଗିରଫ।
୧୨-ବ୍ୟାପୁଛି ଆଖିଧରା ରୋଗ : ଚଳିତ ମାସ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ।
୧୩-ସହମତିରେ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ।
୧୪-କଟକ:ଅଡ଼ୁଆରେ Twin City Infracon ; ୩ ଦିନ ଧରି ଚାଲିଛି ଚଢ଼ାଉ, ମିଳୁଛି କୋଟି କୋଟି ଟଙ୍କା ଅନେକ ନଥିପତ୍ର।
୧୫-ମୁମ୍ବାଇ: ଏସୀୟ କ୍ରୀଡାରେ ଭାଗନେବାକୁ ଭାରତୀୟ କ୍ରିକେଟ ଦଳକୁ ମିଳିଲା ଅନୁମତି।
୧୬-UGCର ନୂଆ ନିୟମ; ଏଥର ବିନା PhDରେ ହୋଇପାରିବେ ଆସିଷ୍ଟାଣ୍ଟ୍ ପ୍ରଫେସର।
୧୭-ଭାରତରେ ଅଛନ୍ତି ବିଶ୍ୱର ସବୁଠାରୁ ଧନୀ ଭିକାରୀ – ମୁମ୍ବାଇ ସହରରେ ଭାରତ ଜୈନ ନାମକ ଭିକାରୀଙ୍କ ନିକଟରେ ଅଛି ୭ କୋଟି ଟଙ୍କାର ସମ୍ପତ୍ତି।
୧୮-ହାଇଦ୍ରାବାଦ: ଦ୍ରୁତଗାମୀ ଫଲକୁନୁମାରେ ଅଗ୍ନିକାଣ୍ଡ; ଜଳିଗଲା ୫ ବଗି।
୧୯-ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ। ଉତ୍ତରାଖଣ୍ଡ, କେରଳରେ ସ୍ଥିତି ସଙ୍ଗୀନ।
୨୦-ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା। ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏