ପାଟଣାଗଡ ::ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନ ଏ ସି ରେ ଉଠାଦୋକାନୀ ମାନେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଙ୍କୁ ଭେଟି ତାଙ୍କ ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି. ପାଟଣାଗଡ ଦେଇ ଖପ୍ରାଖୋଲ ଯାଉଥିବା ବେଳେ ଧୂମାଭଟା ଛକ ରେ ଅଟକାଇ ଏକ ଦାବିପତ୍ର ଶ୍ରୀ ସିଂଦେଓ ଙ୍କୁ ଦେଇଥିଲେ. ସେମାନଙ୍କ କହିବା ଅନୁଯାଇ ଏନ ଏ ସି ବିନା ଥଇଥାନ ରେ ସେମାନଙ୍କୁ ଜାଗାରୁ ଉଛେଦ କରୁଛି. କିଛି ଦିନ ହେଲା ଫାଇନ କାଟୁଛି, ଫଳରେ ଦୋକାନୀ ମାନେ ଗରିବ ପରିବାର ର ହୋଇଥିବା ରୁ ଅସୁବିଧା ଭୋଗୁଛନ୍ତି. ଏଇ ଦାବିପତ୍ର ପାଇଲା ପରେ ପୂର୍ବତନ ସାଂସଦ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଶୀଘ୍ର ସୁବିଧା କରିବାକୁ ପତ୍ର ଲେଖି ଜଣାଇଛନ୍ତି.