ମନରେଗା ଅନିୟମିତତା; କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମ ସଭାପତି

ପରଜଙ୍ଗ,୭/୭: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳ ଉନ୍ନତି କରଣ ପାଇଁ ସରକାର କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ବରାଦ ଖର୍ଚ୍ଚ କରୁଥିବା ବେଳେ କିଛି ଅର୍ଥଖୋର ମନୋବୃତ୍ତିର ସରକାରୀ କର୍ମଚାରୀ ପାଇଁ ଯୋଜନା ବାଟମାରଣା ହେଉଥିବା ଦେଖିବାକୁ ମିଳିଛି। ପରଜଙ୍ଗ ବ୍ଲକ ଲୁଧୋଣୀ ପଞ୍ଚାୟତ ପାଳସାହି ଗ୍ରାମରେ ମନରେଗା ଯୋଜନାରେ ମାଟି ମାହାରା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିଲେ ମଧ୍ୟ ଘଣ୍ଟ ଘୋଡାଇଲେ ତତ୍କାଳୀନ ପିଇଓ ବୋଲି ଅଭିଯୋଗ ଆଣିଲେ ଗ୍ରାମ ସଭାପତି ନରେଶ ଚନ୍ଦ୍ର ବେହେରା ଓ ଅମିର ବିଶ୍ୱାଳ। ସୂଚନା ମୁତାବକ ଆର୍ଥିକ ବର୍ଷ ୨୦୨୦-୨୧ ମସିହାରେ ଜଳ ପଥ ନିର୍ମାଣ ନିମନ୍ତେ କାର୍ଯ୍ୟ ନମ୍ବର -୨୪୦୭୦୦୭୦୧୭/ଆଇସି/୧୦୪୪୯୭୪୫ ରେ ତିନି ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଅଶ୍ୱତ୍ଥ ଗଛ ଠାରୁ ଜୁରକୂଳ ପର୍ଯ୍ୟନ୍ତ ହେବା ପାଇଁ ସୂଚନା ଫଳକରେ ଲିଖିତ ରହିଛି। ଠିକାଦାର ମାତ୍ର ୧୦୦ ମିଟର କାର୍ଯ୍ୟ କରି ମନରେଗା ଯୋଜନାର ଟଙ୍କା ହଡ଼ପ କରିଥିବା ନେଇ ଇ-ଅଭିଯୋଗ ପଞ୍ଜିକୃତ ନଂ-ଡିଇପିଟି୨୦୨୨୧୦୦୭୨୪ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଖରେ ୨୭ ସେପ୍ଟେମ୍ବର ୨୦୨୨ ରିଖରେ ଅଭିଯୋଗ ହୋଇଥିଲା। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଉକ୍ତ ଅଭିଯୋଗକୁ ଢେଙ୍କାନାଳ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭାବରେ ଜିଲାପାଳ ପରଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ‌।  ସାତ ମାସ ପରେ ଅଭିଯୋଗର ତଦନ୍ତ କରି ପରଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଚିଠି ନମ୍ବର ୧୨୦୦ ପିଜିସି ତା ୩/୫/୨୦୨୩ ରିଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି କି ଲୁଧୋଣୀ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ତଦନ୍ତ କରି ଜାଣିଲେ କି ଉକ୍ତ ଅଭିଯୋଗ ମିଥ୍ୟା ଅଟେ। ରିପୋର୍ଟ ମିଳିବାପରେ ପାଳସାହି ଗ୍ରାମର ସଭାପତି ଶ୍ରୀ ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କ କାର୍ଯ୍ୟାକାରିତା ଉପରେ ସନ୍ଦେହ ଅଭିଯୋଗ ଆଣିଛନ୍ତି , ବାସ୍ତବରେ ଅଳ୍ପ କିଛି କାର୍ଯ୍ୟ ହୋଇ ମନରେଗା ଟଙ୍କା ଆତ୍ମସାତ ହୋଇଛି । ଏନେଇ କାର୍ଯ୍ୟ ନିର୍ବାହ ଅଧିକାରୀ ଫୋନ୍ ମାଧ୍ୟମରେ କହିଛନ୍ତି କି ମୁଁ ସେହି ପଞ୍ଚାୟତରେ ଆଉ ନାହିଁ ମୁଁ ସରପଞ୍ଚଙ୍କୁ କହିଦେଉଛି, ସରପଞ୍ଚ କହୁଥିଲେ କାମ ହୋଇଛି ବୋଲି । ଏଠି ପିଇଓଙ୍କ ଉତ୍ତରରେ ଲାଗୁଛି ସେ ଅଭିଯୋଗର ରିପୋର୍ଟ ଘଟଣାସ୍ଥଳକୁ ନଯାଇ ଠିକାଦାରଙ୍କ ଇଙ୍ଗିତରେ ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ହୋଇ ପିଇଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.