ପରଜଙ୍ଗ,୧୨l୭: ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ପରଜଙ୍ଗ ଗସ୍ତ କରିଥିଲା ବେଳେ ବିଜେପି ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯାଇଥିଲା ।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା ।ଦଳୀୟ କର୍ମକର୍ତ୍ତା କଳାସାର୍ଟ ,କଳା ବ୍ୟାଚ ପିନ୍ଧି,ବିଭିନ୍ନ ପ୍ଲାକାର୍ଡ ଧରି ପାଣ୍ଡିଆନ ବିରୋଧରେ ପ୍ରତିବାଦ କରିଥିଲେ ।ବିଜେପି ରାଜ୍ୟ କାର୍ୟ୍ଯକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ କହିଥିଲେ ଅଗଣତାନ୍ତ୍ରୀକ ଉପାୟରେ ରାଜ୍ୟ ସରକାରଙ୍କ ଜଣେ କନିଷ୍ଠ ଅଧିକାରୀ ରାଜ୍ୟ ରାଜକୋଷ ର ଅର୍ଥ କୁ ଅପବ୍ୟବହାର କରି ଏକ ନିର୍ଦ୍ଧିଷ୍ଟ ଦଳର ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । ସେ କହିଛନ୍ତି ସଚିବଙ୍କ ସଭାରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ,ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ମାନଙ୍କୁ ଆଣି ସଭା କରାଯାଉଛି । ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ବିଧାୟକ,ସାଂସଦ,ମୁଖ୍ୟ ଶାସନ ସଚିବ ଥାଉ ଥାଉ କେଉଁ କ୍ଷମତା ବଳରେ ରାଜ୍ୟ ସରକାରଙ୍କ ଜଣେ କନିଷ୍ଠ ଅଧିକାରୀ ବିଭିନ୍ନ ଉନ୍ନୟନ ମୂଳକ କାମର ପ୍ୟାକେଜ ଘୋଷଣା କରୁଛନ୍ତି ବୋଲି ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରଶ୍ନ କରିଛନ୍ତି ।ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନୟନ ମୂଳକ କାମ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବାର ଦୀର୍ଘ ଦିନ ପରେ ସେହି କାର୍ଯ୍ୟ ହେଉ ନଥିବା ବେଳେ ଏବେ ୫-ଟି ସଚିବ ଆସି ଲଲିପପ ଦେଖେଉଛନ୍ତି ବୋଲି ବିଜେପି କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ମଣ୍ଡଳ ସଭାପତି ରମେଶ ସାହୁ, ପ୍ରଶାନ୍ତ ନାୟକ, ଦୟାସାଗର ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଦୀପକ କୁମାର ଗୋଛାୟତ, ଜିଲ୍ଲା ସମ୍ପାଦକ ରାସ ବିହାରି ବେହେରା, ରଞ୍ଜନ ଦଳବେହେରା,ଶରତ ଚନ୍ଦ୍ର ସାହୁ,ବିଜେନ୍ଦ୍ର ସାହୁ,ବିନୟ ସାହୁ, ହେମନ୍ତ ସାମଲ, ବୈଷ୍ଣବ ନାଥ, ବ୍ରହ୍ମାନନ୍ଦ ସାହୁ, ଅମରେଶ ସାହୁ,ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ସନ୍ତୋଷ ସାହୁ,ଯୁବ ସମ୍ପାଦକ ଲୋକେଶ ଦଳବେହେରା , ସନ୍ତୋଷ ରାଉତ ,ସଭାନେତ୍ରୀ ଯଶଶ୍ଵୀନି ରାଉତ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।