ଚାକିରୀ ଲୋଭ ଦେଖାଇ ଟଙ୍କା ଖାଇଗଲେ ସାଂସଦ ପ୍ରତିନିଧି

ପାଟଣାଗଡ : ଆଜି କାଲି ବେରୋଜଗରି ସମସ୍ୟା ତାହାର ଚରମ ସୀମା ରେ ପହଞ୍ଚିଲାଣି । ଏହାର ସୁଯୋଗ ନେଇ କିଛି କ୍ଷମତାସିଲ ବ୍ୟକ୍ତି , ଚାକିରି କରିଦେବା ବାହାନା ରେ ଯୁବକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି। 

ଏମିତି ଏକ ଘଟଣା ଘଟିଛି ବେଲପଡ଼ା ବ୍ଲକ ର ଡୁଙ୍ଗୁରିପାଲି ଗ୍ରାମ ରେ । ଏହି ଗ୍ରାମ ର ଜଣେ ଯୁବକ ଚୌବନ ଭାଟି ( ବୟସ -୨୨ , ପିତା – ରାମଚନ୍ଦ୍ର ଭାଟି ) ମୁରିବାହାଲ ର ଶ୍ରୀବତ୍ସ ବେହେରା ଙ୍କୁ ଚାକିରି ପାଇବା ଆଶା ରେ ଲକ୍ଷାଧିକ ଟଙ୍କା ଦେଇଛନ୍ତି । ସୂଚନା ପ୍ରକାଶ ଜେ , ଶ୍ରୀବତ୍ସ ବେହେରା , ବର୍ତ୍ତମାନ ସାଂସଦ ଶ୍ରୀମତୀ ସଙ୍ଗୀତ କୁମାରୀ ସିଂଦେଓ ଙ୍କ ମୁରିବାହାଲ ବ୍ଲକ ର ସାଂସଦ ପ୍ରତିନିଧି । ଲିଖିତ ଅଭିଯୋଗ ଅନୁଯାଇ , ଶ୍ରୀବତ୍ସ ବେହେରା , ୦୩/୧୧/୨୦୨୨ ସଖାଲ ୮ ଟା ସମୟ  ଚୌବନ ଭାଟି ଙ୍କ ଘର କୁ ଜାଇ ତାଙ୍କୁ ରେଳବାଇ ରେ ଚାକିରି କରେଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଏହି ଚାକିରି ପାଇଁ ୨,୨୦,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଚୌବନ କୁ ସେ ୧,୦୦୦୦୦ ଟଙ୍କା ଅଗ୍ରୀମ ଦିଅ ଓ ଆସନ୍ତା ୧/୧୨/୨୦୨୨ ତାରିଖ ରେ ତୁମକୁ ଜଏନିଂ ଲେଟର ଦେବୀ ଓ ସେହି ସମୟ ରେ ମତେ ତୁମେ ବାକି ଟଙ୍କା ଦେବ ବୋଲି କହିଥିଲେ । 

ତାଙ୍କ କଥା ରେ ବିଶ୍ୱାସ କରି ଚୌବନ  ଧାର କରଜ କରି ତାଙ୍କୁ ଫୋନ ପେ ମାଧ୍ୟମ ରେ ୧ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ , ଚୌବନ୍ ୯୪୩୯୫୮୦୨୪୪ ନମ୍ୱର୍ ରେ  ୪୦,୦୦୦ ଟଙ୍କା (utr-26714385434372), ୫୦ ,୦୦୦ ଟଙ୍କା ( utr – 267359568071) , ୧୦, ୦୦୦ ଟଙ୍କା (utr -268258436314) ଗତ ୩/୧୧/୨୦୨୨ ରେ ଜମା କରିଥିଲେ । ଶ୍ରୀବତ୍ସ ଙ୍କ କହିବା ମୁତାବକ ୧/୧୨/୨୦୨୨ ରେ ଚୌବନ ଙ୍କୁ  ତାଙ୍କ ଜଏନିଂ ଲେଟର ନ ମିଳିବାରୁ ସେ ଫୋନ ଯୋଗେ ଶ୍ରୀବତ୍ସ ଙ୍କ ସହ ଯୋଗାଯୋଗ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ପଇସା ଫେରସ୍ତ କରିନାହାନ୍ତି ନା ହିଁ ତାଙ୍କୁ ଏ ପର୍ଯ୍ୟନ୍ତ ଚାକିରି ଦେଇଛନ୍ତି । ଏଣୁ ଏହା ଉପରେ ବିହୀତ ପଦକ୍ଷେପ ନେଇ ତାଙ୍କୁ ନ୍ୟାୟ ମିଲୁ ବୋଲି ସେ ବେଲପଡ଼ା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । 

ଏହି ବିଷୟ ରେ ଆମେ ବେଲପଡ଼ା ଆଇ ଆଇ ସି ଶ୍ରୀ ରାଜେନ୍ଦ୍ର ବେହେରା ଙ୍କୁ ପଚାରିଥିଲୁ । ସେ କହିଥିଲେ ଯେ ଆମେ ଶ୍ରୀବତ୍ସ ବେହେରା ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ଓ ସେ ସନ୍ଧ୍ୟା ୪ ଟା ସମୟ ରେ ଆସି ପଇସା ଫେରାଇ ଦେବେ ବୋଲି କହୁଛନ୍ତି ବୋଲି ମତ ଦେଇଥିଲେ । ଏହା ବାଦ ଆମେ ଚୌବନ ଙ୍କ ସହ କଥା ହେଉଥିଲୁ । ତାଙ୍କ କହିବା ଅନୁଯାଇ ସେ ୧ ଲକ୍ଷ ଟଙ୍କା ତାଙ୍କ ଭିଣୋଇ ଙ୍କୁ ଦେଇଥିଲେ  ଏବଂ ଟଙ୍କା ତାଙ୍କୁ ଶ୍ରୀବତ୍ସ ବେହେରା ଫେରାଇ ଦେବେ ବୋଲି କହିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଜେ ପ୍ରତ୍ୟକ୍ଷ ଭାବେ ନ ହେଲେ ପରୋକ୍ଷ ଭାବେ ପଇସା ଶ୍ରୀବତ୍ସ ବେହେରା ହିଁ ନେଇଛନ୍ତି । ତା ବାଦ ସତ କୁ ସତ ୪ ଟା ସମୟ ରେ ଶ୍ରୀବତ୍ସ ବେହେରା ବେଲପଡ଼ା ଥାନା ରେ ବେଲପଡ଼ା ର କିଛି ସ୍ଥାନୀୟ ବି ଜେ ପି ନେତା ଙ୍କ ସହ ବସିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂତ୍ର ରୁ ଜଣା ପଡ଼ିଛି ଜେ , ଏହା କେବଳ ଗୋଟେ ଛାତ୍ର ସହ ହେଉନାହିଁ । ବେଲପଡ଼ା, ତୁରେକେଲା , ମୁରିବାହାଲ, ବଙ୍ଗୋମୁଣ୍ଡା ର ଅନେକ ଛାତ୍ର ଙ୍କ ଠାରୁ ଚାକିରି କରେଇ ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି । ଯେହେତୁ ସେ ରେଳବାଇ ରେ ଚାକିରି କରେଇଦେବା ର ପ୍ରତିଶୃତି ଦେଇଛନ୍ତି , ଯାହା କି କେନ୍ଦ୍ର ସରକାର୍ ଙ୍କ ଅଧୀନ ରେ ଆସୁଛି । ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ମଧ୍ୟ ବିଜେପି ଦଳ ର ସାଂସଦ , ଶ୍ରୀବତ୍ସ ମୁରିବାହାଲ ବ୍ଲକ୍ ର ସାଂସଦ ପ୍ରତିନିଧି ସହ ବଲାଙ୍ଗୀର ଜିଲ୍ଲା ର ବିଜେପି ର ଜିଲ୍ଲା ସାଧାରଣ ସମ୍ପାଦକ ଅଛନ୍ତି , ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଓଡ଼ିଶା ର , ଏହି ସବୁ ସୂତ୍ର କୁ ଯୋଡିଲେ ତାଙ୍କ ମିଛ କୁ ଅନେକ ଯୁବକ ଯୁବତୀ ସତ ଭାବୁଛନ୍ତି ଓ ତାଙ୍କ ମିଛ ମାୟାଯାଲ ରେ ଫସି ଯାଉଛନ୍ତି । ଏହା କେବଳ ଗୋଟିଏ ଯୁବକ ସହ ଘଟିଥିବା ଘଟଣା ନୁହେଁ । ଏହି ବାବଦ ରେ ପୋଲିସ ନିରପେକ୍ଷ ତଦନ୍ତ ନ କରି , ଘଟଣା କୁ ଥାନା ପରିସର ରେ ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ପୋଲିସ ଘଟଣା ର ମୂଳ ପର୍ଯ୍ୟନ୍ତ  ଜାଇ , ଘଟଣା ର ସତ୍ୟା ସତ୍ୟ ଉପରେ ତଦନ୍ତ କରନ୍ତା , ଅନେକ ଛାତ୍ର ଛାତ୍ରୀ ଠକାମୀ ର ଶିକାର ହେବାରୁ ବଞ୍ଚି ଯାଆନ୍ତେ ଓ ଏହି ରକେଟ୍ ର ପରଦାଫାସ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି । ଏହା ବାଦ ପୁଣି ଆମେ ଏଇ ଆଇ ସି ରାଜେନ୍ଦ୍ର ବେହେରା ଙ୍କ ସହ ସମ୍ପର୍କ କରିଥିଲୁ । ତାଙ୍କ କହିବା ଅନୁଯାଇ , ଯେହେତୁ ଚୌବନ ଏକ ଲକ୍ଷ ଟଙ୍କା ତାଙ୍କ ଭିଣୋଇ କୁ ଦେଇଥିଲେ ।  ତାଙ୍କ ଭିଣୋଇ ସହ ତାଙ୍କ ସମ୍ପର୍କ ଠିକ୍ ନ ଥିବା ଯୋଗୁଁ ସେ ସିଧା ସଳଖ ତାଙ୍କ ଭିଣୋଇ ଙ୍କ ନା ରେ ଅଭିଯୋଗ ନ କରି ଶ୍ରୀବତ୍ସ ବେହେରା ଙ୍କ ନା ରେ ଅଭିଯୋଗ ଆଣିଥିଲେ । ଏବେ ଶ୍ରୀବତ୍ସ ତାଙ୍କ ଭିଣୋଇ ଙ୍କୁ ପଇସା ଫେରେଇ ଦେବେ ବୋଲି କହିଲେ ଓ ସେହି କାରଣରୁ ଏହା ସମାଧାନ ହେଲା ବୋଲି ଶ୍ରୀ ରାଜେନ୍ଦ୍ର ବେହେରା ମତ ଦେଇଛନ୍ତି । କିନ୍ତୁ ଚୌବନ ଙ୍କ ଲିଖିତ ଅଭିଯୋଗ କୁ ଦେଖିଲେ ଓ ପୋଲିସ ର ମନ୍ତବ୍ୟ ଶୁଣିଲା ପରେ ଘଟଣା କୁ ଏକ ନୂଆ ମୋଡ ଦେବାକୁ ଚେଷ୍ଟା କରା ଯାଉଛି ପରି ଦେଖା ଯାଉଛି। ଲିଖିତ ଅଭିଯୋଗ ରେ ଥିବା utr କୋଡ କୁ ଟେକ୍ନିକାଲ ଟିମ୍ ତଦନ୍ତ କରନ୍ତୁ , ଏହା ପରେ ସବୁ ସତ୍ ସାମ୍ନା କୁ ଆସିବ ବୋଲି ଜନସାଧାରଣ ମତ ଦେଉଛନ୍ତି ।

Leave A Reply

Your email address will not be published.