କେନ୍ଦ୍ରମନ୍ତ୍ରୀ ଟୁଡୁ ଙ୍କ ଦ୍ଵାରା ନିଯୁକ୍ତି ପତ୍ର ପ୍ରଦାନ

ବାରିପଦା; ଆଜିର ଦିନରେ ବହୁ  ଶିକ୍ଷିତ ଛାତ୍ରଛାତ୍ରୀ ମାନେ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ରୋଜଗାର ପାଇବାରୁ ବଞ୍ଚିତ ରହୁଛନ୍ତି। ଏସବୁକୁ  ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ରେ ପ୍ରଥମ ଥର ପାଇଁ  ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ନିଜ ଅଞ୍ଚଳର  ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ଦୁଇଟି ସ୍ଥାନରେ ବିଭିନ୍ନ କମ୍ପାନୀଙ୍କରେ ନିଯୁକ୍ତି ଦେବାକୁ ପ୍ରଚେଷ୍ଟା କରିଥିଲେ । ଏହି ପରିପେକ୍ଷିରେ ମୟୁରଭଞ୍ଜର ଲୋକ ପ୍ରିୟ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ ଜୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗତ ମାସ ଜୁନ ୧୮ ଓ ୧୯  ତାରିଖରେ ଯଥାକ୍ରମେ ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବାରିପଦା ଠାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏକ ବୃହତ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା  ।

ଏଥିରେ ସର୍ବମୋଟ ୧୫୬୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୫୪୦ ଜଣ ନିଜର ଯୋଗ୍ୟତା ଅନୁସାରେ ବିଭିନ୍ନ ଅନୁଷ୍ଠାନରେ ଚାକିରି କରିବା ପାଇଁ କମ୍ପାନୀ ମାନଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିଲେ ।  ତେଣୁ ଆଜି ମୟୁରଭଞ୍ଜ ଜିଲ୍ଲାର  ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଠାରେ କମ୍ପାନୀ ମାନଙ୍କ ପକ୍ଷରୁ ଯୋଗ୍ୟ ବିବେଚିତ ହୋଇଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ୍ୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ ସହିତ ଉତ୍ତୋରତର ଉନ୍ନତି କାମନା କରିଥିଲେ । ଆଗାମୀ ଭବିଷ୍ୟତରେ ମଧ୍ଯ ଆହୁରି ଏ ଭଳି ନିଯୁକ୍ତି ମେଳା ମାନ ଆୟୋଜନ କରାଯିବ ଏବଂ ଆତ୍ମନିର୍ଭରଶୀଳ କିମ୍ବା ଦକ୍ଷତା ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ କରାଯାଇ ଜିଲ୍ଲାରେ ଅଧିକ ରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ ଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ ରଖିଛନ୍ତି  । ଏହି ରୋଜଗାର ମେଳାକୁ  ଜିଲ୍ଲାର ବିଭିନ୍ନ ମହଲରେ ପ୍ରସଂଶା କରାଯିବା ସହିତ ବହୁ ବୁଦ୍ଧିଜୀବୀ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ  ସ୍ଵାଗତ କରିଛନ୍ତି  ।

Leave A Reply

Your email address will not be published.