ଖବର ଆଜିର….ତାରିଖ ୧୪/୦୭/୨୩, ଶୁକ୍ରବାର
୧-ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ସଭା ଘର’।
୨-ଓଡ଼ିଶା ନ୍ୟାୟପାଳିକାର ପ୍ରଦର୍ଶନ ରିପୋର୍ଟ: ବଢ଼ିଛି ଶୁଣାଣି ଓ ଫଇସଲା ହାର।
୩-୨୫ରୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତ।କଟକ ଓ ଭଦ୍ରକର କେତେକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
୪-୨୦୨୫-୨୬ ପର୍ଯ୍ୟନ୍ତ ଜାରି ରହିବ ନୂତନ ଫସଲ ବୀମା ଯୋଜନା।ଫସଲ ବୀମା ଚକ୍ର ଜାରି ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି।
୫-ଫ୍ରାନ୍ସରେ ପ୍ରବାସୀଙ୍କୁ ମୋଦୀଙ୍କ ସମ୍ବୋଧନ:ଭାରତ ଗଣତନ୍ତ୍ରର ଜନନୀ।
୬-ସହିଦନଗର ଥାନାର ମହିଳା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ମାମଲାର ରଫାଦଫା ପାଇଁ ନେଉଥିଲେ ୧୫ ହଜାର ଟଙ୍କା।
୭-ଉଠାଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ: ସୋମବାରଠୁ ମାର୍କେଟ ବିଲ୍ଡିଂ ବନ୍ଦ ହେବ।
୮-ବର୍ଷା-ଅନୁଭବ ବିବାଦ-ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାର ପୂର୍ଣ୍ଣଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦେଶ।
୯-ସେତୁ ଯୋଜନାରେ ମାଲକାନଗିରିର ୧୦ ପଞ୍ଚାୟତ ସାମିଲ, ବ୍ୟୟ ଅଟକଳ ୫୦ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି।
୧୦-ମାଟ୍ରିକରେ ଫାଷ୍ଟ ଡିଭିଜନ, ହେଲେ ଦ୍ୱାଦଶରେ ଫେଲ୍ । ଅଧିକ ନମ୍ବର ରଖି ନାମୀ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ପାଉଛନ୍ତି ସୁଯୋଗ । ହେଲେ ୧୦ରୁ ୧୫ ପ୍ରତିଶତ ଛାତ୍ରଛାତ୍ରୀ ହୋଇ ଯାଉଛନ୍ତି ଫେଲ୍।
୧୧-ବଲାଙ୍ଗିର ରଜତ ପ୍ରଧାନ ହତ୍ୟା ଘଟଣା : ୬ ଅଟକ, ସିନ୍ ରିକ୍ରିଏସନ କଲା ମୁଖ୍ୟ ଅଭିଯୁକ୍ତ।
୧୨-ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ।
୧୩-ବ୍ରହ୍ମପୁର:ଓଡିଶାରେ ମିଳିଲା ନୂତନ ପ୍ରଜାତିର କୋଚିଆ ମାଛ ‘ସିରିମୁରେନା ଓଡିଶାସିନ୍ସ’।
୧୪-ରାଜଧାନୀର ଘର ମାଲିକ ହୋଇଯାଆନ୍ତୁ ସାବଧାନ, ଟିକସ ଫାଙ୍କିଲେ ବିଏମସି ନେବ କଡା କାର୍ଯ୍ୟାନୁଷ୍ଠାନ।
୧୫-ଖସିଯିବେ କି ଧଳସାମନ୍ତ ? ୩୮ ମାମଲାରେ ୨ ଶହ ସାକ୍ଷୀ । କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା।
୧୬-ICCର ଐତିହାସିକ ଘୋଷଣା: ଉଭୟ ପୁରୁଷ ଓ ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ ପୁରସ୍କାର।
୧୭-୭୦୦ ଅନ୍ତର୍ଜାତୀୟ ଓ୍ବିକେଟ୍ ପୂରଣ କଲେ ଅଶ୍ବିନୀ।
୧୮-ବିହାରର ବୁକ୍ସାରର ଏକ ରେଷ୍ଟୁରାଣ୍ଟ:ଦୋସାରେ ସମ୍ବର ଦେବାକୁ ଭୁଲିଗଲେ ୱେଟର; ଗ୍ରାହକଙ୍କୁ ୩,୫୦୦ ଟଙ୍କା ଜରିମାନା ଗଣିଲା ରେଷ୍ଟୁରାଣ୍ଟ।
୧୯-ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଅବଗଣନା ଜାରି। ଆଜି ଅପରାହ୍ଣ ୨ଟା ୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ଉତକ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି।
୨୦-ଫୁଲୁଛି ଯମୁନା ନଦୀ, ବଢୁଛି ଦିଲ୍ଲୀର ଦୁଃଖ: ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଲାଲକିଲ୍ଲାଠୁ ନେଇ ସହରର ଗଳିକନ୍ଦିରେ ପଶିଲା ବନ୍ୟାପାଣି।
୨୧-‘ସୀମା ପାକିସ୍ତାନ ନ ଫେରିଲେ ୨୬/୧୧ ଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’:ମୁମ୍ବଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏହି ଧମକପୂର୍ଣ୍ଣ କଲ୍ ଆସିଛି।