ରାଜ୍ୟ ସରକାର ଜଣେ ସାଧାରଣ ଜନତାଙ୍କ ମାନଙ୍କୁ ଅନେକ ଯୋଜନାରେ ସାମିଲ କରି ତାଙ୍କ ଶରୀର କେମିତି ସୁସ୍ଥ ରହିବ ସେଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଆସୁଛନ୍ତି। ହେଳେ ବୋଡେ଼ନ ଆଶ୍ରମ ବିଦ୍ୟାଳୟରେ ଫେଲ ମାରିଛି ସରକାରଙ୍କ ଯୋଜନା ଅମିତ ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ଛାତ୍ର ନିବାସରେ ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟର ନଅ ଜଣ ଛାତ୍ରଙ୍କ ଶରୀର ଅସୁସ୍ଥ ହୋଇଥିବାରୁ ଛାତ୍ର ମାନେ ପ୍ରଥମେ ଦାୟିତ୍ୱରେ ଥିବା ଶିକ୍ଷକ ଲିଙ୍ଗରାଜ ସାଙ୍କୁ ଜଣାଇଥିଲେ।
ହେଲେ ଶିକ୍ଷକ ଜଣକ ଉକ୍ତ ବିଷୟକୁ ଧ୍ୟାନ ଦେଇନଥିବାରୁ କେବଳ ନଅ ଜଣ ଛାତ୍ର ଏକ କିଲୋମିଟର ଦୂର ଅତିକ୍ରମ କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି ଛାତ୍ର ମାନଙ୍କ ଦାଇତ୍ୱରେ ଥିବା କର୍ମଚାରୀ କାହିଁକି ମନା କଲେ ଛାତ୍ର ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ କେଉଁ ସ୍ୱାର୍ଥରେ ଏକା ଛାଡ଼ିଲେ ଯଦି ଆକସ୍ମାତ କୌଣସି ଦୁର୍ଘଟଣା ଘଟେ ଦାୟୀ କିଏ ରହିବ ଛାତ୍ର ମାନଙ୍କ ପ୍ରତି ହେଉ ଥିବା ଅବହେଳା ପାଇଁ ଏମିତି ଅନେକ ପ୍ରଶ୍ନ ଉଠିବ ଏବଂ ଯେଉଁ ଛାତ୍ର ମାନେ ଚିକିତ୍ସା ପାଇଁ ଆସିଥିଲେ ସେମାନେ ହେଲେ ଗିରିଧାରୀ ମାଝୀ,ରମଣ ସିଂ ମାଝୀ,ଟଙ୍କଧର ଦଳ,ଡଗ୍ରେଶ୍ୱରେ ମାଝୀ,ଯୁଗେଶ୍ୱର୍ ମାଝୀ,ସୁମିତ୍ ସିନ୍ଦୂର,ସୁରଜ୍ ମାଝୀ,ଧର୍ମେନ୍ଦ୍ର ସୁନାନୀ,ଭୂପେନ୍ଦ୍ର ମାଝୀ ଜଣେ ସାଧାରଣ ଲୋକର ଶରୀର ଅସୁସ୍ଥ ହେବା ପରେ ଅନ୍ୟଜଣକର ସହଯୋଗ ନିତାନ୍ତ ଆବଶ୍ୟକ ହୋଇଥାଏ,ହେଲେ ଦୁଃଖର ବିଷୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ଛାତ୍ର ମାନେ ଡାକ୍ତର ପାଖକୁ ଯାଇ ବେସାହାରା ଭାବରେ ଚିକିତ୍ସିତ ହୋଇ ପୁଣି ବିଦ୍ୟାଳୟକୁ ଫେରିଛନ୍ତି।
ସରକାର ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଅନେକ ବ୍ୟବସ୍ଥା କରୁଥିବା ବେଳେ ଏଠାରେ ତାହା ବାଟବଣା ହେଉଛି। ଏ ସମ୍ପର୍କରେ ଆମେ ଦାଇତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ କିଛି ପଚାରିବା ପରେ ମୁଁ କିଛି କହି ପାରିବି ନାହିଁ ବୋଲି ମନା କରି ଦେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣେଇବା ପରେ ତଦନ୍ତ କରାଯିବ ବୋଲି କହିଥିଲେ ।