କେବେ ଡ଼୍ରେନର ସ୍ଥାଇ ପ୍ରତିକାର ?

ଅତିତରୁ ଆଜିଯାଏ ଶିକ୍ଷା ଦିଗରେ ଆଗୁଆ,ସରକାରୀ ଚାକିରୀ ତଥା ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ନାମ ଅର୍ଜନ କରିଥିବା ଡିଜିଟାଲ ଗ୍ରାମପଞ୍ଚାୟତ ନାମରେ ମାନ୍ୟତା ପାଇଥିବା ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅଧିନସ୍ଥ କରଙ୍ଗାମାଲ ଗ୍ରାମ ପଞ୍ଚାୟତ ହେଡ କ୍ୱାର୍ଟର କରଙ୍ଗାମାଲରେ ହାଇସ୍କୁଲ ଯୁକ୍ତ ୨ କଳା ଓ ବିଜ୍ଞାନ,ଯୁକ୍ତ ୩ କଳା ଡିଗ୍ରୀ କଲେଜ ଥିବା ସହ ଇଂଲିଶ ମେଡିଅମ ସ୍କୁଲ ଓ ଶିଶୁ ମନ୍ଦିର ନାମ ଟେକିଛି ଅଥଚ ଅନେକ ବିକାଶ ପଛରେ ପଡି ରହିଛି। ସେଥି ମଧ୍ୟରୁ ସ୍ୱଚ୍ଛତା କଥା କହିଲେ ପୁରା ଠପ ହୋଇ ରହିଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କରଙ୍ଗାମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଶିଶୁ ମନ୍ଦିର ଗ୍ରାମପଞ୍ଚାୟତ ଦେଇ ଅନେକ ଦିନରୁ ଡ୍ରେନ ବ୍ୟବସ୍ଥା ରହିଛି ହେଳେ ତାହା ଅର୍ଦ୍ଧ ଗଢ଼ା ହେବା ସହ କଭର ଗୁଡ଼ିକ ମଧ୍ୟ ଭଲ ଭାବେ ଦିଆନଯିବା ସହ ବର୍ଷ ବର୍ଷ ଧରି ସଫେଇ କାର୍ଯ୍ୟ ମଧ୍ୟ ହେଉନାହିଁ ଯାହା ଫଳରେ ଦୁର୍ଗନ୍ଧ ବାହାରିବା ସହ ଶିଶୁ ମନ୍ଦିର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଞ୍ଚାୟତ ଭିତରୁ ପାଣି ପଶି ଜମା ହୋଇ ରହୁଛି ଏବଂ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣ ଛାତ୍ର ଛାତ୍ରୀ ରୋଗୀ ମାନେ ଅସୁରକ୍ଷିତ ମନେ କରିଥାନ୍ତି। ଏହି ସମସ୍ୟା ଆଜି ନୁହେଁ ଦୀର୍ଘ ଦିନରୁ ଲାଗି ରହିଛି ଏହି ପଞ୍ଚାୟତକୁ ଅନେକ ବିଭାଗୀୟ ଅଧିକାରୀ ଯିବା ଆସିବା କରିଥାନ୍ତି ହେଳେ ସେହି ସ୍ୱଚ୍ଛତା ଉପରେ କାହାରି ଦୃଷ୍ଟି ପଡ଼େ ନାହିଁ ଯାହା ଫଳରେ ଏବେ ମଧ୍ୟ ଅଳ୍ପ ବର୍ଷାରେ ମଧ୍ୟ ଦୁର୍ଗନ୍ଧ ହୋଇ ଥାଏ ତେଣୁକରି କରଙ୍ଗାମାଲ ଗ୍ରାମପଞ୍ଚାୟତ ଅଧିକାରୀ ଏବଂ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଡ୍ରେନ ସମସ୍ୟକୁ ସମାଧାନ କରିବା ପାଇଁ ଅଭିଯୋଗ ହେଉଛି ।

Leave A Reply

Your email address will not be published.